ପ୍ରକ୍ଷେପକ ପୀତବାସ ବିଶ୍ବାଳଙ୍କ ଅଵସରକାଳୀନ ସମ୍ବର୍ଦ୍ଧନା

0
216
ପ୍ରକ୍ଷେପକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧/୦୩) : ତା.୩୧/୦୩/୨୦୨୪ରିଖ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ରାୟଗଡାର ପ୍ରକ୍ଷେପକ ପୀତବାସ ବିଶ୍ବାଳ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ । ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା ମୁଖ୍ୟ ଅତିଥି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଶ୍ରୀ ବିଶ୍ୱାଳ ଦୀର୍ଘ ୩୦ବର୍ଷ ଅବିଭକ୍ତ କୋରାପୁଟ ଜିଲ୍ଲାରେକାର୍ଯ୍ୟ କରି ସୁନାମ ଅର୍ଜନ କରି ସମସ୍ତ ଅଧିକାରୀଙ୍କ ନିକଟରେ ପ୍ରଶଂସିତ ହୋଇ ପାରିଛନ୍ତି । ବରିଷ୍ଠ ରାଜସ୍ୱ ସହାୟକ ଭବାନୀ ଶବର, କ୍ଷିପ୍ର ଲେଖକ କୁମୁଦିନି ମିଶାଲ, ଗ୍ରନ୍ଥାଗାରିକ ଡମ୍ବରୁ ଧର ପଣ୍ଡା, ସୁବାସ କେରେକେଟ।, ସହକାରୀ ସଞ୍ଚଳକ ସମ୍ରାଟ ସାହୁ, ଅନନ୍ତ ପାତ୍ର, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା ପ୍ରମୁଖ ଉପସ୍ଥିତ ସମ୍ବର୍ଦ୍ଧିତ କରିଥିଲେ ।