ପୁରୁଷୋତ୍ତମପୁର ରାଜ ଦୀପ ଢ଼ାବା ସମ୍ମୁଖ ଗଛରେ ଆତ୍ମହତ୍ୟା କଲେ ଯୁବକ

0
174
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୩୧/୦୩) : ପୁରୁଷୋତ୍ତମପୁର ଠାରୁ ଆସିକା ଯିବା ରୋଡ଼ରେ ଥିବା ରାଜଦୀପ ଢ଼ାବା ସମ୍ମୁଖ ଏକ ଗଛରେ ଅଶୋକପ୍ରଧାନ ୩୨ ବର୍ଷ ସେ ଗଛରେ ଗାମୁଛା ଲଗାଇ ଆତ୍ମ ହତ୍ୟା କରିଥିବାର ଦେଖିବାକୁ ମିଳିଛି l

ସେ ଗଛରେ ଝୁଲୁ ଥିବାରୁ ଦେଖି ପୁରୁଷୋତ୍ତମପୁର ଅଞ୍ଚଳର କିଛି ଲୋକ ଥାନାକୁ ଖବର ଦେଇଥିଲେ l ଓ ଥାନା ଷ୍ଟାଫ ତାଙ୍କର ପରିଚୟ ପାଇଲା ପରେ ତାଙ୍କ ଘର ଲୋକଙ୍କୁ ଜଣାଇ ଥିଲେ l ତାଙ୍କର ବାପାଙ୍କ ନାମ ତ୍ରିନାଥ ପ୍ରଧାନ, ଅଶୋକ ଙ୍କ ଦୁଇଟି ସନ୍ତାନ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ତେବେ କେଉଁ କାରଣରୁ ସେ ଆତ୍ମ ହତ୍ୟା କଲେ ନା ତାଙ୍କୁ ମାରି ଗଛରେ ଟଙ୍ଗାଇ ଦିଆ ଯାଇଛି ତାହା ପୋଲିସ ର ତଦନ୍ତ ପରେ ଜଣା ପଡିବ l ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l ଅଶୋକ ଙ୍କ ଦାଦା ପୁଅ ଭାଇ ସୁଦାମ ପ୍ରଧାନ ୪୦ ବର୍ଷ ଥାନାରେ ପହଞ୍ଚି ଏଫଆର ଦେଇଛନ୍ତି ଓ ଶବକୁ ଗ୍ରହଣ କରି ଶବ ବ୍ୟବଛେଦ ଘରକୁ ନେଇ ରଖାଯାଇଛି l

ଆସନ୍ତା କାଲି ବ୍ୟବଛେଦ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି l ତେବେ ପୋଲିସ ର ତଦନ୍ତ ପରେ ପ୍ରକୃତ ଖବର ଜଣା ପଡିବ ବୋଲି ସାଧାରଣ ରେ ଚର୍ଚ୍ଚାହେଉଛି l ତେବେ ସବୁ ମଧ୍ୟରେ ଅଶୋକ ଙ୍କ ଦୁଇଟି ନିଷ୍ପାପ ଶିଶୁଙ୍କ ଅବସ୍ଥା ଦେଖି ସମସ୍ତ ବନ୍ଧୁ ବାନ୍ଧବ ଚିନ୍ତାରେ ଅଛନ୍ତି l ଅଶୋକ ଙ୍କ ବାପା ତ୍ରିନାଥ ପ୍ରଧାନଙ୍କ ସମେତ ସମସ୍ତ ପରିବାର ଏହି ଦୁଃଖରେ ଭାଙ୍ଗିପଡିଛନ୍ତି, କାରଣ ଦୁଇଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ କଣ ହେବ ତାଙ୍କ ପରିବାର କେମିତି ଚାଲିବ ବୋଲି ଦୁଃଖରେ କାନ୍ଦି କାନ୍ଦି ସ୍ତବ୍ଧ ହୋଇଯାଇଛନ୍ତି l

ଏବଂ ବେଗୁନିଆପଡା ର ଚନ୍ଦନ ପୁର ଗ୍ରାମ ସମେତ ଆଖ ପାଖ ଗ୍ରାମ ର ଲୋକ ଏହି ଖବର ଶୁଣି ସ୍ତବ୍ଧ ହୋଇଯାଇଛନ୍ତି l ପୁରୁଷୋତ୍ତମପୁର ଅଞ୍ଚଳରେ ଏହି ୧୦ ଦିନ ମଧ୍ୟରେ ସେହିଁ ସ୍ଥାନରେ ଦୁଈ ଦୁଈ Abbu ଆତ୍ମହତ୍ୟା ଘଟଣାକୁ ଦେଖି ଅଞ୍ଚଳ ବାସି ଚିନ୍ତାରେ ପଡି ଯାଇଛନ୍ତି l