ରାଜନୀତି ମଇଦାନ ରେ ଗର୍ଜିବ କିନ୍ନର କମିଟି,କାଗଜ, କଲମରେ ମାଲେ,ମାଲ ନେତା, ମନ୍ତ୍ରୀ

0
75
ରାଜନୀତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୧/୦୪) : ସମଲିଙ୍ଗି ଯୌନ କର୍ମୀ,କିନ୍ନର, ମହିଳା ଯୌନ କର୍ମୀ, ଏଚ୍ ଆଇ ଭି /ଏଡ୍ସ ଆକ୍ରାନ୍ତ, ଟ୍ରାନ୍ସ ଜେଣ୍ଡର ତଥା ସାଧାରଣ ଏଡ୍ସ ଆକ୍ରାନ୍ତ ଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫ ରୁ କୋଟି,କୋଟି ଟଙ୍କା ବ୍ୟୟ ଅଟକଳ ପ୍ରଦାନ କରାଯାଉଛି ।

ରାଜନୀତି ମଇଦାନ ରେ ଗର୍ଜିବ କିନ୍ନର କମିଟି,କାଗଜ, କଲମରେ ମାଲେ,ମାଲ ନେତା, ମନ୍ତ୍ରୀ । ଟି ଆଇ ନାମକ ଏକ ପ୍ରକଳ୍ପ ଜରିଆରେ ଉକ୍ତ ଅନୁଦାନ ରାଜ୍ୟ ର ବଲାଙ୍ଗୀର ଜିଲ୍ଲା ରେ ସାଇ ଅନୁଷ୍ଠାନ କୁ ପ୍ରଦାନ କରାଯାଇ ଆସୁଛି ହେଲେ ପରିତାପ ର ବିସୟ ଯେ,ଉକ୍ତ ସାଇ ଟି ଆଇ ପ୍ରକଳ୍ପ ଜାଲ,ବିଲ, ଭାଉଚର କରିବା ସହ ଦୀର୍ଘ ବର୍ଷ ହେଲା କୋଟି,କୋଟି ଟଙ୍କା ହଡ଼ପ କରାଯାଇ ଆସୁ ଥିବା ବେଳେ ଜିଲ୍ଲା କିନ୍ନର ସମାଜ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ।

ହେଲେ ନେତା,ମନ୍ତ୍ରୀ, ବରିଷ୍ଟ ଅଧିକାରୀ ମିଶି ଅର୍ଥ ଭାଗବଣ୍ଟା କରି ପ୍ରକୃତ ହିତାଧିକାରୀ ଙ୍କ ନାଁ ରେ ମାଲା,ମାଲ ହୋଇ ଯାଉଥିବା ନେଇ ଟିଟିଲାଗଡ ଝାରଦେବନ୍ଧ ଠାରେ ଏକ ଗୋପନୀୟ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ପ୍ରକୃତ ହିତାଧିକାରୀ ଙ୍କ ନାଁ ସହ ସାଧାରଣ ମହିଳା,ପୁରୁଷ ଙ୍କୁ କିନ୍ନର, ମହିଳାଯୌନକର୍ମୀ, ସାଧାରଣ ଏଡ୍ସ ଆକ୍ରାନ୍ତମାନଙ୍କୁ ଉକ୍ତ ଯୌନ କର୍ମୀ ଭଳି ଦର୍ଶାଇ ଅର୍ଥରାଶି ହଟପ ନେଇ ପୂର୍ବରୁ ତିନି ଥର ଲିଖିତ ଅଭିଯୋଗ ନେଇ ମାମଲା ଚପାଇବା ଆସିବା ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ପୁନଃ ଲିଖିତ ଅଭିଯୋଗ ପତ୍ର ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ନିଷ୍ପତି ନିଆଯାଇଅଛି ।

ଏହି ସାଇ ଅନୁଷ୍ଠାନ ର ଟି ଆଇ ପ୍ରକଳ୍ପ ବାବଦରେ ବର୍ତ୍ତମାନ ସୁଦ୍ଧା ଏଭଳି ନିନ୍ଦନୀୟ କାର୍ଯ୍ୟ ସହ ବେଆଇନ କାର୍ଯ୍ୟ ପ୍ରତି ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ତୁରନ୍ତ ଯଦି ନ କରନ୍ତି ତେବେ ଆଗାମୀ ନିର୍ବାଚନ କୁ ଦୃଢ଼ ବିରୋଧ ସହ ନିଜେ ମଇଦାନ କୁ ଏଲ୍ହାଇ ଜେଲ ଯିବେ ବୋଲି ଜିଲ୍ଲା ସମଲେଇ କିନ୍ନର କମିଟି ସମ୍ପାଦିକା ମାଧୁରୀ ବିଶି ପ୍ରକାଶ କରିଥିଲେ । ଜିଲ୍ଲା ଉପ ସମ୍ପାଦିକା ଶ୍ରୀଦେବୀ ନାଗ ନିଜେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ନିଜେ ଟିକଟ ଆଣି ବାରମ୍ବାର ନେତା ଙ୍କୁ ଗୁହାରି କରି ଭୁଆଁ ବୁଲେଇବା ନେଇ ତାଙ୍କୁ ନିଜ ଜୀବନ କୁ ବାଜି ଲଗେଇ ନିର୍ବାଚନ କରେଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଥିବା ବେଳେ ଗୁରୁତର ସହ ଉକ୍ତ ପ୍ରକଳ୍ପ ର ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦାବି ହେଉଛି ।