ମହାବୀର ପୀଠରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

0
24
ମହାବୀର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୧/୦୪) : ଯାଜପୁର କପାସିସ୍ଥିତ ମହାବୀର ପୀଠରେ ବାନର ସେନା ଦଳ ପକ୍ଷରୁ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରାମାଭିଷକୋତ୍ସବ, ବିଶ୍ଵ ଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ କୀର୍ତ୍ତନ ଆଦି ଆୟୋଜନ କରାଯାଇଛି । ଏଠାରେ ଦୀର୍ଘ ୫୨ବର୍ଷ ହେବ ନିରବଚ୍ଛିନ୍ନ ଭାବେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପୂଜା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଗ୍ରାମବାସୀଙ୍କ ଉଦ୍ୟମରେ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସେବାୟତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ଵାବଧାନରେ ସକାଳୁ କଳସ ଶୋଭାଯାତ୍ରା ସରିବା ପରେ ସୂର୍ଯ୍ୟ ପୂଜା, ଅଙ୍କୁରାରୋପଣ ଆଦି ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ହଜାର ହଜାର ଗ୍ରାମବାସୀ ମାନେ ଘଣ୍ଟାଘଣ୍ଟା କୀର୍ତ୍ତନ ଶୋଭାଯାତ୍ରା ରେ ଏକ ସୁସଜ୍ଜିତ ବିମାନ ମାଧ୍ୟମରେ ରାମ ଓ ସୀତାଙ୍କ ବିଗ୍ରହକୁ ସଜାଇ ଗ୍ରାମ ପରିକ୍ରମା କରିଥିଲେ ।

ଏଥିରେ ମନ୍ଦିର କମିଟିର ସଭାପତି ନବ କିଶୋର ସାହୁ, ସମ୍ପାଦକ ଅରୁଣ କୁମାର ସାମଲଙ୍କ ନେତୃତ୍ଵ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ । ମନ୍ଦିର ପ୍ରତିଷ୍ଠା ନେଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଛି । ଏହି କାର୍ଯ୍ୟକ୍ରମ ବିଷ୍ଣୁ ଚରଣ ବାରିକ, କୈଳାସ ଚନ୍ଦ୍ର ସାହୁ, ବ୍ରହ୍ମାନନ୍ଦ ବାରିକ, ଧନେଶ୍ଵର ସାହୁ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।