କାଶୀନଗର ବିଭିନ୍ନ ଯାଗାରେ ଉତ୍କଳ ଦିବସ ପାଳିତ

0
96
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୪) : ଆଜି ପବିତ୍ର ଉତ୍କଳ ଦିବସ ଚାରିଆଡେ ଉତ୍ସବ ମୁଖର ସେ ଗାଁ ହେଉକି ସହର ସବୁ ଯାଗାରେ ଉତ୍କଳ ମାଟିର ଜୟଗାନ ଚାଲିଛି ।WhatsApp Image 2024 04 01 at 12.33.30 କାଶୀନଗର ବିଭିନ୍ନ ଯାଗାରେ ଉତ୍କଳ ଦିବସ ପାଳିତ

ଆଜି କାଶୀନଗର ସହର ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗଜପତି ପାଠାଗାର, ଓ ବଂଶଧରା ପାଠାଗାର ଓ ବିଭିନ୍ନ ଅନୁଷ୍ଠାନ ରେ ଉତ୍କଳ ଦିବସ ମହା ସମାରୋହ ରେ ପାଳିତ ହୋଇଛି । କିଣିଗାଁ ହାଇସ୍କୁଲ, କାଶୀନଗର ହାଇସ୍କୁଲ, ମଜାଲା ସାହି ଉପ୍ରା ବିଦ୍ୟାଳୟ, ହରିଜନ ସାହି ବିଦ୍ୟାଳୟ ବିଭିନ୍ନ ଯାଗାରେ ଉତ୍କଳ ମାଆର ଜୟଗାନ କରାଯାଇଛି, ଉତ୍କଳ ମାଟିର ବର ପୁତ୍ର ମାନଙ୍କ ର ଜୟଗାନ ସହ ସେମାନଙ୍କ କାର୍ଯ୍ୟ ଗୁଡିକ ସ୍ମୃତି ଚାରଣ କରାଯାଇଛି, ପାରଳା ମାଟିର ବର ପୁତ୍ର ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ବୀରତ୍ୱ ତ୍ୟାଗପୁତ ଜୀବନ ସମ୍ପର୍କ ରେ ମାନେ ପକାଯାଇଥିଲା । ମଜାଲା ସାହି ବିଦ୍ୟାଳୟ ରେ ଜଗଦୀଶ ପାତ୍ର କିଣିଗାଁ ବିଦ୍ୟାଳୟ ରେ ଶିକ୍ଷକ ରାମା ରାଓ, ହରିଜନ ସାହି ରେ ଈଶ୍ୱର ରାଓ, ବାଳିକା ବିଦ୍ୟାଳୟ ରେ ଶ୍ରୀନିବାସ ରାଓ ଭାଷଣ ଦେଇଥିଲେ ।