ବନ୍ଧୁକ ଧରି ଗାଁ’ରେ ବୁଲୁଥିଲେ ଦୁଇ ଯୁବକ

0
50
ବନ୍ଧୁକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୧/୦୪) : ବନ୍ଧୁକ ଧରି ଗାଁ’ରେ ବୁଲୁଥିଲେ ଦୁଇ ଜଣ ଯୁବକ । ଏହା ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲା ।

ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଚଢ଼ଉ କରି ଦୁଇ ଯୁବକଙ୍କୁ ଗିରଫ କରିଛି । ଏଥିସହ ୨ଟି ବନ୍ଧୁକ ଜବତ କରି ଘଟଣାର ତଦନ୍ତ ଚଳାଇଛି ।ଶନିବାର ଅପରାହ୍ନରେ ବଡବାହଲର ଫକିର ଛତ୍ରିଆ ଓ କିଶୋର କିସାନ ଦେଶୀ ବନ୍ଧୁକ ଧରି ବୁଲୁଥିଲେ । ସେହି ସମୟରେ ପାଟ୍ରୋଲିଂ କରୁଥିବା ଜମନକିରା ଥାନା ପୁଲିସ୍‌ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ତା’ପରେ ପୁଲିସ୍‌ ଚଢ଼ଉ କରି ସେମାନଙ୍କୁ ଧରିଥିଲା । ସେମାନଙ୍କଠାରୁ ୨ଟି ବନ୍ଧୁକ, ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଛି । ତେବେ ସେମାନେ କାହିଁକି ବନ୍ଧୁକ ଧରି ବୁଲୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା ।