ଓଡ଼ିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

0
52
ଓଡ଼ିଶା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୦୧/୦୪) : ସୁବର୍ଣ୍ଣପୁର ନୂତନ ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି lWhatsApp Image 2024 04 02 at 10.57.32 ଓଡ଼ିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ l ଆଜି ପ୍ରାତଃ ରେ ସହରରେ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ଗାନ ପୂର୍ବକ ପରିକ୍ରମା କରାଯାଇଥିଲା l ପରେ ପରେ ସୋନପୁର ପୌରପରିଷଦ ସହଯୋଗ ରେ ସହରର ବିଭିନ୍ନ ଛକ ତଥା କାର୍ଯ୍ୟାଳୟ ରେ ଅବସ୍ଥାପିତ କରାଯାଇଥିବା ବରପୁତ୍ର ଓ ମହାମିନୀଷୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଶାସନ ତରଫରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଦିବସ ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ସମ୍ମାନିତ ଅତିଥି ଭାବରେ ଏସପି ୟସ ପ୍ରତାପ ଶ୍ରୀମାଲ, ଉପ ଜିଲ୍ଲାପାଳ ସୁରଜ୍ କୁମାର ପଟ୍ଟନାୟକ, ବରିଷ୍ଠ ଆଇନ ଜୀବୀ ଵ୍ୟୋମ କେଶ ଦାଶ ଏବଂ ମୁଖ୍ୟ ବକ୍ତା ଭାବେ ଡଃ ଜ୍ୟୋତି ରଂଜନ ବହିଦାର ଯୋଗ ଦେଇ ଥିବା ବେଳେ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l

ଅତିଥି ବୃନ୍ଦ ସ୍ୱତନ୍ତ୍ର ଓଡିଶା ଗଠନ ସହ ଜିଲ୍ଲା ଗଠନ ର ସ୍ମୃତି ଚରଣ କରି ଜିଲ୍ଲା ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଆବଶ୍ୟକ ଯୋଗଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ l ଦିବସକୁ ସରସ ଓ ଆକର୍ଷଣୀୟ କରିବା ପୂର୍ବକ ସୁବର୍ଣ୍ଣପୁର ସଙ୍ଗୀତ ମହା ବିଦ୍ୟାଳୟ , ସାହାରା ହାଇସ୍କୁଲ, କୋଶଳ ହାଇସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ଆକର୍ଷଣୀୟ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରଯାଇଥିଲା l ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବରୁ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା l