କାନ୍ଥ ପଡି ଶ୍ରମିକ ମୃତ ଘର ମାଲିକ ଆହତ

0
29
କାନ୍ଥ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୪) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ଗାଁ’ରେ ଘର କାନ୍ଥ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

କାନ୍ଥ ପଡି ଶ୍ରମିକ ମୃତ ଘର ମାଲିକ ଆହତ ମୃତ । ଶ୍ରମିକ ଜଣକ ହେଲେ ଭଣ୍ଡାର ଗାଁ’ର ନବୀନ ଭୋଇ (୫୫) ଓ ଆହତ ବ୍ୟକ୍ତି ଜଣକ ହେଲେ ବନମାଳି ବଗର୍ତ୍ତି (୬୦) । ଭଣ୍ଡାର ଗାଁ’ର ବନମାଳିଙ୍କ ମାଟି ଘରକୁ ଭାଙ୍ଗୁଥିବା ସମୟରେ ହଠାତ୍ ଘରଟି ନବୀନ ଓ ବନମାଳୀଙ୍କ ଦେହ ଉପରେ ପଡିଥିଲା । ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ଅବସ୍ତାରେ ଶ୍ରମିକ ନବୀନଙ୍କ ମୃତ୍ୟୁ ଘଟିଥିବା ବେଳେ ଘର ମାଲିକ ବନମାଳି ଆସୁଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଛି । ନିଜ ଗ୍ରାମ ଶ୍ବଷାନ ଘଟରେ ଶେଷକୃତ ସମ୍ପନ୍ନ ହୋଇଥିବା ସୂଚନା ମିଲିଛି । ଏନେଇ ଜିଳ୍ଳା ଶ୍ରମ ଅଧିକାରୀ ଡ଼ିଲେଶ୍ବର ଖାକା କୁ ପଚରାଯିବାରୁ ମୋର ପାଖରେ ଖବର ପହଞ୍ଚିନାହି ମୁଁ ତଦନ୍ତ କରି ଜଣାଇବାକୁ କହିଥିଲେ ।