ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ, ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିରକଲେ ସମୀକ୍ଷା

0
41
ଉତ୍ତରାଞ୍ଚଳ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୩) : ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀକାନ୍ତ ପୃଷ୍ଟି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।WhatsApp Image 2024 03 27 at 22.01.29 ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ, ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିରକଲେ ସମୀକ୍ଷା

ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ନିର୍ବାଚନ ଗୁରୁ ଦାୟିତ୍ଵ ତୁଲାଇବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି l ଏ ନେଇ ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ରନାଥ କଁହର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ର୍ନିବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ସୋନପୁର ଉପଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି, ଡେପୁଟି କଲେକ୍ଟର ତଥା ନିର୍ବାଚନ ଶାଖା ଅଧିକାରୀ ଯଶସ୍ୱନି ପୋଥାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ନିର୍ବାଚନ ପରିଚାଳନା ଦାୟିତ୍ବ ରେ ଥିବା ଜିଲ୍ଲାସ୍ତରୀୟ ବିଭିନ୍ନ ନୋଡାଲ ଅଧିକାରୀ ପ୍ରମୁଖ
ଯୋଗ ଦେଇଥିଲେ ।

ବଲାଙ୍ଗୀର ଲୋକସଭା ତଥା ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୂଚାରୁ ରୂପେ ଭୋଟ ଗ୍ରହଣ ବ୍ୟବସ୍ଥା ସମ୍ବନ୍ଧିୟ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ଶ୍ରୀମତୀ ଦାସ ରାଜସ୍ବ ଆୟୁକ୍ତ ଙ୍କୁ ଅବଗତ କରାଇଥିଲେ । ନିର୍ବାଚନ ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ ତାହା ତଦାରଖ କରିବା, ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧିକୁ କଡାକଡି ପାଳନ କରିବା ଉପରେ ସେ ନିର୍ଦେଶ ଦେଇ ଜିଲ୍ଲାରେ ଅବାଧ, ନିରପେକ୍ଷ, ସ୍ବଚ୍ଛ, ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜନସାଧାରଣଙ୍କ ମନରେ ବିଶ୍ଵାସ ସୃଷ୍ଟି କରିବା ପାଇଁ ପ୍ରଶାସନ କୁ ଚେତେଇ ଦେଇଥିଲେ ।

ଏହା ସହିତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଶୌଚାଳୟ ସୁବିଧା ସହ ବିଜୁଳି ଆଲୋକ ବ୍ୟବସ୍ଥା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆଲୋଚନା ବୈଠକ ପରେ ରାଜସ୍ବ ଆୟୁକ୍ତ ଶ୍ରୀ ପୃଷ୍ଟି ଇଭିଏମ୍ ସଂରକ୍ଷିତ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସମସ୍ତ ମେସିନ୍ ର କାର୍ଯ୍ୟକାରିତା ଏବଂ ଏହାର ପ୍ରେରଣ ବ୍ୟବସ୍ଥାର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ସେ ଆଲୋଚନାରେ ନିର୍ବାଚନ ଦାୟିତ୍ୱ ରେ ସମ୍ପୃକ୍ତ ସମସ୍ତ ଅଧିକାରୀ ପ୍ରଶାସନ ସହିତ ଉତ୍ତମ ସମନ୍ଵୟ ରଖି ନିଜ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାକୁ ପରାମର୍ଶ ଦେଇଛନ୍ତି l