ନେତାଜୀ ଯୁବକ ସଂଘ କୁରୁମପେଟା ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

0
80
ନେତାଜୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡ଼ା, (୦୨/୦୪) : ରାୟଗଡା ଜିଲ୍ଲା କାର୍ଲାକଣା ପଞ୍ଚାୟତ କୁରୁମପେଟା ଗ୍ରାମରେ ନେତାଜୀ ଯୁବକ ସଂଘ ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହେଇଯାଇଛି ।

ମୁଖ୍ୟ ଅତିଥି ଭାବେ ଜେକେ ଖାଗଜ କଳ ର ଲୋକ ସମ୍ପର୍କ ବିଭାଗ ଅଧିକାରୀ ସ୍ମୃର୍ତି ରେଖା କର, ସମାଜ ସେବୀ ମୂର୍ତ୍ତି ମିଣିଆକା, ନେତାଜୀ ଯୁବକ ସଂଘର ପୂର୍ବତନ ସଭାପତି ତଥା ଯୁବ ସାମ୍ବାଦିକ ସଦାନନ୍ଦ ପେଦେଣ୍ଟି ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ । ପ୍ରଥମ ଉଦ୍‌ଘାଟନୀ ମ୍ୟାଚରେ ଜିଞ୍ଜିଲିବାଡ଼ି ଓ ବାସୁଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିଞ୍ଜିଲିବାଡ଼ି ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡି ନିଷ୍ପରି ନେଇଥିଲେ।ବାସୁଗୁଡା ୧୨ ଓଭରରେ ୧୦ ଉଇକେଟରେ ୫୩ ରନ୍ କରିଥିଲା ।

ଏହି ରନକୁ ପିଛାକରି ଜିଞ୍ଜିଲିବାଡ଼ି ଦଳ ନିର୍ଦ୍ଧାରିତ ଓଭରରେ ୧୦ ଉଇକେଟରେ କେବଳ ୪୨ ରନ କରି ମ୍ୟାଚରେ ପରାଜୟ ହୋଇଛି । ଉକ୍ତ ମ୍ୟାଚକୁ ଅମ୍ପାୟର ଭାବେ ଟୁନା କାଡ୍ରାକା ଓ ରହିତ ପେଦେଣ୍ଟି ପରିଚାଳନା କରିଥିଲେ । ସ୍କରର ଭାବେ ସିଧାନ୍ତ ହିମିରିକା ଓ କମେଣ୍ଟେଟର ଭାବେ ମୁନା କାଡ୍ରାକା କାର୍ଯ୍ୟ ତୁଲାଇଥିଲେ । ଟୁର୍ନାମେଣ୍ଟରେ ୩୦ଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା ୨୦ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଉକ୍ତ ଲିଗ୍ ଟୁର୍ନାମେଣ୍ଟକୁ ନେତାଜୀ ଯୁବକ ସଂଘ ଯୁବ ସଦସ୍ୟ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ଓ ସ‌ହ‌ଯୋଗ କରୁଛନ୍ତି ।