ବିଜେପି ର ପ୍ରାର୍ଥୀ ଘୋଷଣା :ପାରଳା ଆସନ ବଜାୟ ରଖିଲେ ନାରାୟଣ

0
74
ବିଜେପି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୪) : ଆଜି ବିଜେପି ତାର ୧୧୨ ବିଧାୟକ ପାର୍ଥି ଘୋଷଣା କରିଛି । ବିଜେଡ଼ି ୭୨ ଜଣ ଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ସମସ୍ତ ଙ୍କୁ ଚକିତ କଲା ଭଳି ପ୍ରାର୍ଥୀ ଘୋଷଣା କରିଛି ।

ବିଜେଡ଼ି ଆରୋପ ଲଗାଉଥିଲା କି ବିଜେପି ପ୍ରାର୍ଥୀ ପାଉନାହିଁ, ଗଜପତି ର ଦୁଇଟି ଆସନ ରହିଥିବା ବେଳେ ମୋହନା କୁ ଛାଡି ପାରଳା ଆସନ ପାଇଁ ପୂର୍ବତନ ବିଜେପି ବିଧାୟକ କେ. ନାରାୟଣ ରାଓ ଙ୍କୁ ଘୋଷଣା କରିଛି । ବିଜେପି ସମସ୍ତ ପୁରୁଣା ବିଧାୟକ ଙ୍କୁ ସ୍ଥାନ ଦେଇଛି । ଏଯାଏଁ ବିଜେଡ଼ି ପାରଳାଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏବେ ବିଜେପିର ଘୋଷଣା ପରେ ପାରଳାଖେମୁଣ୍ଡି ରାଜନୀତି ରେ ଉଷ୍ମତା ବୃଦ୍ଧି ପାଇଛି ।