ଲଘୁଚାପ ଜନିତ ଲଗାଣ ବର୍ଷାରେ ପନି ପରିବା ଫସଲରେ ବ୍ୟlପକ କ୍ଷୟକ୍ଷତି

0
227

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୧/୯) : ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବ ରେ ବ୍ୟlପକ କ୍ଷୟକ୍ଷତି ହରଭଙ୍ଗା ବ୍ଲକ ରେ ହୋଇଛି | ବିଶେଷ କରି ଚାଷି ମାନେ ବେଶି ପ୍ରଭାବିତ ହୋଇଛନ୍ତି ।

ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପନି ପରିବା ଫସଲ ନଷ୍ଟ ହୋଇ ଯାଇଛି | ମହାମାରି କୋରନା କାଳ ରେ ଚାଷ କୁ ଗୁରୁତ୍ଵ ଦେଇ ଚାଷି ମାନେ ବିଭିନ୍ନ ପରିବା ଚାଷ କରିଥିଲେ ବାଇଗଣ, ଝୁଡ଼ଙ୍ଗ, ଟୋମାଟ, କୋବି,ଆଦି ଚାଷ କରିଥିଲେ ଗତ ବର୍ଷା ରେ ଚାଷ ଜମି ରେ ପାଣି ଜମି ରହିବା ଦ୍ଵାରା ଗଛ ଫସଲ ନଷ୍ଟ ହୋଇ ଯାଇଛି ଯାହାକୁ ନେଇ ଚାଷି ମାନେ ହତାଷ ହୋଇ ପଡ଼ିଛନ୍ତି ।

ହରଭଙ୍ଗା ବ୍ଳକ ର ହରଭଙ୍ଗା ପଞ୍ଚାୟତ ର ହରଭଙ୍ଗା, ସୁରୁଣ୍ଡି, ଡିଆଁଘାଟ, ରାଉତ ପଢ଼ା, ଛତ୍ରଙ୍ଗ, ରାମଗଡ, ପ୍ରଗଳପୁର, ମୂଷାଡ଼,କୁମାରୀ, ତଳ ଗାଁ, ସରସରା, ସଂlପୋଚ, କରଂଜକଟା ପଞ୍ଚାୟତ, ତିଲେଶ୍ୱର ପଞ୍ଚାୟତ, ବହୁ ଗାଁ ଗୁଡ଼ିକ ପନି ପରିବା ଚାଷ ପାଇଁ ଅଞ୍ଚଳ ରେ କ୍ଷତି ହୋଇଛି । ଗାଁ ରେ ପ୍ରାୟ ୮୦ ଭାଗ ରୁ ଊର୍ଧ୍ଵ ଲୋକ ପନି ପରିବା ଚାଷ ଉପରେ ନିର୍ଭର କରି ଚଳନ୍ତି ।

କିନ୍ତୁ ଲଗାଣ ବର୍ଷା ରେ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି ପରିବାର ଓ ପିଲା ଛୁଆ ଙ୍କୁ ପତି ପୋଷଣ କରିବା ଚିନ୍ତା ରେ ପଡ଼ିଛନ୍ତି ଚାଷି କୂଳ | କ୍ଷୟ କ୍ଷତି ର ଅକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷି ଙ୍କୁ ସହାୟତ ପ୍ରଦାନ କରିବାକୁ ଚାଷି ସୀମା ପାତ୍ର ଦାବୀ କରିଛନ୍ତି । ଏ ଦିଗ ରେ ଜିଲ୍ଳା ପ୍ରଶାଶନ ସୂତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।