ନିର୍ବାଚନ କୁ ଆଖି ଆଗରେ ରଖି ଫ୍ଲାଇଙ୍ଗ୍ ସ୍କୁଆଡର ଗାଡ଼ି ମଟର ଯାଞ୍ଚ

0
76
ନିର୍ବାଚନ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୩/୪) : ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପରେ ବୋରିଗୁମ୍ମା ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଦ୍ୱାରା ଗାଡ଼ି ମଟର ଯାଞ୍ଚ କରା ଯାଉଛି ।WhatsApp Image 2024 04 04 at 8.43.57 AM ନିର୍ବାଚନ କୁ ଆଖି ଆଗରେ ରଖି ଫ୍ଲାଇଙ୍ଗ୍ ସ୍କୁଆଡର ଗାଡ଼ି ମଟର ଯାଞ୍ଚ

ଆସନ୍ତା ନିର୍ବାଚନ ଯେପରି ନିରପେକ୍ଷ ହେବା ସହ ଟଙ୍କା ଓ ମଦର ପ୍ରଭାବରୁ ନିର୍ବାଚନକୁ ଦୁରେଇ ରଖିବା ପାଇଁ ତଥା ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ବାହାର ଅଞ୍ଚଳରୁ ବୋରିଗୁମ୍ମା ଦେଇ ପରିବହନ କରୁଥିବା ଗାଡ଼ିମଟର ନିୟମିତ ଯାଞ୍ଚ କରିବା ଅପରିହାର୍ଯ୍ୟ ହୋଇ ପଡ଼ିଛି । ଏହି କ୍ରମରେ ଆଜି ବୋରିଗୁମ୍ମା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରିକା କଣ୍ଡାଙ୍କେଲ, ବି.ସିଂହପୁର ଥାନା ପୁଲିସ ଉପ ନିରୀକ୍ଷକ ସୁରଜ କୁମାର ପ୍ରଧାନ, ବୋରିଗୁମ୍ମା ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ରାଉତ ପ୍ରମୁଖ ୨୬ ନମ୍ବର ଜାତୀୟ ରାଜପଥ ରେ ଦୀର୍ଘ ୨ ଘଣ୍ଟା ସମୟ ଯାନ ବାହନ ଯାଞ୍ଚ କରିଥିବା ଦେଖା ଯାଇଥିଲା ।