ବୋରିଗୁମ୍ମାରେ ବିଶ୍ଵ ଏଡସ୍ ଦିବସ ପାଳିତ

0
43
ବୋରିଗୁମ୍ମାରେ ବିଶ୍ଵ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧/୧୨) : ବୋରିଗୁମ୍ମା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି ।Whatsapp Image 2023 12 02 At 08.49.03 (2)

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଡାଃ ମିର୍ଜା ଯୋଗ ଦେଇଥିଲେ । ଭୈରବ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାଶରଥି ଗୌଡ଼ ସଭାପତିତ୍ଵ କରିଥିଲେ ତଥା ଡଃ ପ୍ରଦୀପ କୁମାର ସ୍ଵାଇଁ ମୂଖ୍ୟ ବକ୍ତା ଭାବେ ପିଲା ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ପଟ୍ଟନାୟକ, ଗୌରୀପ୍ରସାଦ ପଢ଼ାଲ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅଶୋକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକ୍ରମକୁ YRC କାଉନ୍‌ସେଲର ପଦ୍ମ ଭୁଷଣ ଦାଶ ପରିଚାଳନା କରିଥିଲେ ।