୭ କ୍ୱିଣ୍ଟାଲ ୫୦ କେଜି ପରିମାଣର ଗଞ୍ଜେଇ ସହ କଣ୍ଟେନର ଜବତ୍ : ୨ ଜଣ ଗିରଫ

0
43
୭ କ୍ୱିଣ୍ଟାଲ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୪) : ସୋନପୁର ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପଡୋଶୀ ବୌଦ୍ଧ ଜିଲ୍ଲା ରୁ ସୋନପୁର ବାଟ ଦେଇ ଉତ୍ତରପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୁଲିସ ତତ୍ପର ହୋଇ ଉଠିଥିଲା।

୭ କ୍ୱିଣ୍ଟାଲ ୫୦ କେଜି ପରିମାଣର ଗଞ୍ଜେଇ ସହ କଣ୍ଟେନର ଜବତ୍ । ଏବଂ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁଙ୍କ ନେତୃତ୍ୱ ରେ ଏକ ସ୍ପେଶାଲ୍ ସ୍କ୍ୱାର୍ଡ ଅର୍ଜୁନପୁର ଛକ ଦେଇ ବୁର୍ଡା ରାସ୍ତାରେ ଯାଉଥିବା ସିଜି୦୪- ଜେସି ୯୦୮୫ ନମ୍ବର ର ଏକ କଣ୍ଟେନରକୁ ପିଛା କରି ମଲ୍ଲିକମୁଣ୍ଡା ଚାରିଛକ ଠାରେ ଅଟକାଇବା ସହ ଯାଞ୍ଚ କରି ଅତି କୌଶଳରେ ଲୋଡ଼ିଂ ହୋଇ ଥିବା ୭ କ୍ଵିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଛି । ଯାହାର କି ମୂଲ୍ୟ ୭୫ ଲକ୍ଷ ରୁ ଅଧିକ ହେବ ବୋଲି ସୂଚନା ମିଳିଛି । ସୋନପୁର ପୁଲିସ୍ ଟିମର ଜିଲ୍ଳାରେ ଏହା ଏକ ରେକର୍ଡ ପରିମାଣ ର ଗଞ୍ଜେଇ ଜବତ ହୋଇଥିବା ଜିଲ୍ଲା ପୋଲିସ୍ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ୟଶ ପ୍ରତାପ ଶ୍ରିମାଲ ଙ୍କ ଠାରୁ ସୁଚନା ମିଳିଛି । ଅଭିଯୁକ୍ତ ରାୟପୁର ଅଞ୍ଚଳର ଶୈଳେଶ କୁମାର ମିଶ୍ର (୪୦ ) ଓ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବମେଲା ଗାଁ’ର ଉମାଶଙ୍କର ପାଣ୍ଡେ ( ୫୪) କୁ ପୋଲିସ ଗିରଫ କରିବା ସହ ୨ ଗୋଟି ମୋବାଇଲ ମଧ୍ୟ ଜବତ ହୋଇଥିବା ଏସପି ସୁଚନା ଦେଇଛନ୍ତି ।

ସୋନପୁର ପିଏସ କେସ ନମ୍ୱର୍ ୧୨୯ ତା ୩/୪/୨୪ (us 20) b ii c ୨୫/୨୯ ଧାରା ରେ ଗିରଫ କରିଛି । ଏ ନେଇ ସନ୍ଧ୍ୟାବେଳେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ୟଶ ପ୍ରତାପ ଶ୍ରୀମାଲ, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆଇଆଇସି ଲୋକନାଥ ସାହୁ ଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।