ଜିଆଇଇଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର ପାଇଲା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇ ସି ଏ ଆର) ମାନ୍ୟତା

0
45
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୫/୪) : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର, ରାଜ୍ୟର ଉନ୍ନତ ମାନର କୃଷି ଶିକ୍ଷାଦାନ କରିବାରେ ସୁବିଦିତ ।

ଏଣୁ କେନ୍ଦ୍ର ସରକାରଙ୍କ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇ ସି ଏ ଆର) ନୂଆଦିଲ୍ଲୀ ପକ୍ଷରୁ ସ୍କୁଲ ଅଫ ଏଗ୍ରିକଲ୍ଚର ଏବଂ ବି. ଏସସି. (ସମ୍ମାନ) କୃଷି ପାଠ୍ୟକ୍ରମକୁ ୨୦୨୪ -୨୦୨୫ ଠାରୁ ପାଞ୍ଚ ବର୍ଷ ପାଇଁ ମାନ୍ୟତା ପ୍ରଦାନ କରିଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇ ସି ଏ ଆର ) ସମ୍ପୂର୍ଣ୍ଣ ଭାରତ ବର୍ଷରେ କୃଷି ଭିତ୍ତିକ ଶିକ୍ଷା ଓ ଗବେଷଣାର ପରିଚାଳନା, ନିରୀକ୍ଷଣ ଏବଂ ମାର୍ଗ ପ୍ରଦର୍ଶନ କରାଇବାରେ ପ୍ରମୁଖ ଭୂମିକା ରହିଛି । ଜିଆଇଇଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର ଉଚ୍ଚମାନର ଶିକ୍ଷାଦାନ ପ୍ରଣାଳୀ, ଭିତ୍ତଭୂମିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ଏହି ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ମାନ୍ୟତା ପାଇବା ପରେ, କୃଷି ମହାବିଦ୍ୟାଳୟର ଶିକ୍ଷକ ମଣ୍ଡଳୀ ତଥା ଛାତ୍ରଛାତ୍ରୀ ମାନେ ଜାତୀୟ ସ୍ତରରେ ଉନ୍ନତ ମାନ ଯୋଗ୍ୟ ବିବେଚିତ ହେଲେ । ଏହି ଖବର ପ୍ରସାରିତ ହେବା ପରେ ଛାତ୍ରଛାତ୍ରୀ, ଅଭିଭାବକ, ବିଶ୍ୱବିଦ୍ୟାଳୟର କର୍ମଚାରୀ ବୃନ୍ଦ ମାନଙ୍କ ମଧ୍ୟରେ ଖୁସୀର ଏକ ବାତାବରଣ ଖେଳିଯାଇଛି ।

ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ଡ଼ଃ. ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ଼ଃ. ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼ଃ. ଜଗଦୀଶ ପଣ୍ଡା, ପ୍ରୋ ଚାନ୍ସେଲର ଡ଼ଃ. ଲଲିତ ମୋହନ ପଟ୍ଟନାୟକ, କୁଳପତି ଡ଼ଃ. ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ଼ଃ. ଏନ ଭି ଜଗନାଧା ରାଓ, ସ୍କୁଲ ର ଡିନ ଡ଼ଃ. ସନ୍ତୋଷ କୁମାର ପଣ୍ଡା, ସହକାରୀ ଡିନ ଅଶୋକ କୁମାର ମିଶ୍ର ପ୍ରମୁଖ ସ୍କୁଲର ସମସ୍ତ ପ୍ରଫେସର, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।