ଭାଜପା ର ବୁତ ସ୍ତରୀୟ କାର୍ଯ୍ୟକ୍ରମ ସହ ମିଶ୍ରଣ ପର୍ବ

0
66
ଭାଜପା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୪/୪) : ମୁରିବାହାଲ ବ୍ଲକ ଗଁରେଇ ମଣ୍ଡଳ ର ପତ୍ରାପାଲି (କ) ଗ୍ରାମର ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଠାରେ ଭାରତୀୟ ଜନତା ପାର୍ଟି ବୁତ ସ୍ତରୀୟ ସମାବେଶ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଭାଜପା ର ବୁତ ସ୍ତରୀୟ କାର୍ଯ୍ୟକ୍ରମ ସହ ମିଶ୍ରଣ ପର୍ବ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ଦଳରୁ ୧୦୦ ଜଣ କର୍ମୀ ବିଜେପି ରେ ଯୋଗ ଦେଇଥିଲେ।  ଏହି ଅବସରେ ଗଁରେଇ ମଣ୍ଡଳ ସଭାପତି ମହାଦେବ ଟାହାଣୀ ଙ୍କର ଅଧ୍ୟକ୍ଷତାରେ ବଲାଙ୍ଗୀର ସାଂସଦ ସଂଗୀତ କୁମାରୀ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମୋଦି ଜି ଙ୍କର ୧୦ ଶାସନ କାଳରେ ଭାରତ ବିକାଶ ଓ ଜନହିତକର କାର୍ଯ୍ୟ କହିବା ସହ ନିଜର ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ଉନ୍ନୟନ ବିଷୟରେ ଅବଗତ କରାଇଥିଲେ ।

ସମ୍ମାନନିୟ ଅତିଥି ରୂପେ ବଲାଙ୍ଗୀର ଭା, ଜ,ପା ସଭାପତି ଶିବାଜୀ ମହାନ୍ତି, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲଷ୍ମଣ ବାଗ, ବଲାଙ୍ଗୀର ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ଜ଼ିଲ୍ଲା କମିଟି ସଭ୍ୟ ସୁରେଶ ଚନ୍ଦ୍ର ନେଉରା, ବିଜେପି ନେତା କିଶୋର ମେହେର, ପ୍ରମୁଖ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାଥୀ ଙ୍କୁ କିପରି ନିର୍ବାଚିତ କରିବା, ଓଡିଶା ରେ ଡବଲ ଇଂଜିନ ସରକାର ଗଡ଼ିବା ଉପରେ ମତବ୍ୟକ୍ତ କରି ଥିଲେ ।

ଏହି ଅବସରେ ଗୁଲାପ ସାହୁ, ଧନଞ୍ଜୟ ସାହୁ ନେତୃତ୍ୱରେ ଅନ୍ୟ ଦଳରୁ ପ୍ରାୟ ୭୦ ଓ ପ୍ରଶ୍ନନ ଛୁରା ଓ ମାଧବ ଛୁରା ନେତୃତ୍ୱରେ ଅନ୍ୟ ଦଳ ଛାଡି ୪୦ ଜଣ ବିଧି ବଦ୍ଧ ଭାବରେ ବିଜେପି ଦଳ ରେ ସାମିଲ ହୋଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଗଁରେଇ ମଣ୍ଡଳ ର ସାଧାରଣ ସମ୍ପାଦକ ପଦ୍ମ ନାଭ ସାହୁ ସଂଯୋଜନା ରେ ପ୍ରଦୀପ ବଛା, ତହସିଲ ନାଗ, ଫକୀର ଲୁହା, ବିଶ୍ଵନାଥ ପୁଟେଲ, ସୁଧର ସାହୁ, ବୈଶାକୁ ସାହୁ, ଉପେନ୍ଦ୍ର ସରାଫ, ପ୍ରମୁଖ ସହ ଯୋଗ କରିଥିଲେ ।