ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତା ନେଇ ସାଇକଲରେ ଭାରତ ଯାତ୍ରା ଆରମ୍ଭ କଲେ ସତ୍ୟନାରାୟଣ

0
36
ଏକ ଭାରତ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୪) : ଏକ ଭାରତ ଶ୍ରେଷ୍ଠ ଭାରତ ର ସଂକଳ୍ପକୁ ଜନାଦୃତ କରିବା ପାଇଁ ଏବଂ ଶତ ପ୍ରତିଶତ ମତଦାନ ଦ୍ଵାରା ଗଣତନ୍ତ୍ରକୁ ସମୃଦ୍ଧ କରିବା ବାର୍ତ୍ତା ନେଇ ସାଇକଲରେ ସମଗ୍ର ଭାରତ ଯାତ୍ରା ଆରମ୍ଭ କରିଛନ୍ତି ସୁବର୍ଣ୍ଣପୁରର ଯୁବକ ସତ୍ୟନାରାୟଣ ବାଗ lWhatsApp Image 2024 04 05 at 21.45.49 ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତା ନେଇ ସାଇକଲରେ ଭାରତ ଯାତ୍ରା ଆରମ୍ଭ କଲେ ସତ୍ୟନାରାୟଣ

ସ୍ଥାନୀୟ ସୋନପୁର ମହାବିଦ୍ୟାଳୟର ଏହି ପ୍ରାକ୍ତନ ଏନ୍ ସି ସି କ୍ୟାଡେଟ ଙ୍କୁ ଆଜି ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ନାଗରିକ ସଂଗଠନ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇ ବିଦାୟ ଦିଆ ଯାଇଥିଲା l ଏକ୍ ଭାରତ ଶ୍ରେଷ୍ଠ ଭାରତ ଭଳି ମହତ୍ତ୍ବପୂର୍ଣ୍ଣ ବାର୍ତ୍ତା ର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଭାରତର ମହାନ ସଂସ୍କୃତି କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇବା, ସ୍ବଚ୍ଛତା ଅବଲମ୍ବନ କରିବା ଓ ଆଗାମୀ ସଧାରଣ ନିର୍ବାଚନ ରେ ଯୁବକ ଯୁବତୀ ଠୁଁ ଆରମ୍ଭ କରି ଯାଏଁ ବୃଦ୍ଧ ବୃଦ୍ଧା ଯାଏଁ ସମସ୍ତେ ନିଜର ବହୂ ମୂଲ୍ୟ ମତ ଦାନ କୁ ସାବ୍ୟସ୍ତ କରିବା ଇତ୍ୟାଦି ପ୍ରମୁଖ ସଚେତନତା ବାର୍ତ୍ତା ନେଇ ସାଇକେଲ ଯାତ୍ରାର ପରିକଳ୍ପନା ସେ କରିଛନ୍ତି l ଦିର୍ଘ ତିନି ଚାରି ମାସ ଧରି ସାରା ଭାରତ ପରିଭ୍ରମଣ ପାଇଁ ପ୍ରସ୍ତୁତି କରି ଥିବା ଶ୍ରୀମାନ ବାଗ ଙ୍କ ଏହି ଦୁଃସାହସିକ ଯାତ୍ରା କୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଏସପି ୟସ୍ ପ୍ରତାପ ଶ୍ରୀମାଲ୍ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ l ଫୁଲ ତୋଡା ଓ ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀ ବାଗ ଙ୍କୁ ଶୁଭ କାମନା ଜଣାଇ ଉତ୍ସାହିତ କରିଥିଲେ l

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଆହୁରି ସଶକ୍ତ କରିବା ପାଇଁ ଶତ ପ୍ରତିଶତ ନିଶ୍ଚିତ ମତ ଦାନ କରିବାକୁ ସବୁଠି ଯୁବ ଭୋଟର ଓ ନାଗରିକମାନଙ୍କୁ ସଚେତନ କରି ପ୍ରେରଣା ଦେବାକୁ ଜିଲ୍ଲାପାଳ ଓ ଏସପି ଶ୍ରୀ ବାଗ ଙ୍କୁ ପରାମର୍ଶ କରିଥିଲେ l ଏହି ଯୁବକଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମ୍ ରବୀନ୍ଦ୍ର କୁମାର କହଁର, ଏଡିଏମ୍ ଅଞ୍ଜଳିନା ପ୍ରଧାନ, ଡେପୁଟି କଲେକ୍ଟର ବିଶି କେଶନ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ତଥା ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ରମେଶ ଚନ୍ଦ୍ର ଗୋଛି, କୃଷ୍ଣ ମୋହନ ସିଂ, ତପସ୍ୱିନୀ ଶତପଥି, ସତ୍ୟ ବ୍ରତ ସାହୁ ପ୍ରମୁଖ ବିଭିନ୍ନ ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀ ଏକତ୍ରୀତ ହୋଇଥିଲେ l

ଏହା ସହିତ ସୁବର୍ଣ୍ଣପୁରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଶୟଦ୍ ଅଲିମୂଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ, ବରିଷ୍ଠ ନାଗରିକ ସଂଘ ର ଜ୍ୟୋତି ରଂଜନ ପଟ୍ଟନାୟକ, ଆଇନ୍ ଜିଵୀ ପ୍ରଦୀପ ପୁରୋହିତ, କ୍ରୀଡା ସଙ୍ଗଠକ ପୀୟୂଷ ପଣ୍ଡା, ରାମଧୁନ କ୍ଳବ୍ ସମ୍ପାଦକ ବିକାଶ ପଣ୍ଡା, ସମାଜସେଵୀ ଗୋବିନ୍ଦ ମହାରଣା, ପୁଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏଠାରେ ଉପସ୍ଥିତ ରହି ଶ୍ରୀ ବାଗ ଙ୍କ ଯାତ୍ରା ର ସଫଳ କାମନା କରିଥିଲେ l

ଏହା ସହିତ ସୁବର୍ଣ୍ଣପୁର ର ଗର୍ବ ଗୌରବ ବଢ଼ାଇ ସୁସ୍ଥ ଭାବରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଶୁଭ କାମନା ଜଣାଇଥିଲେ l ସୋନପୁର କଲେଜ ଏନ୍ ସି ସି ଅଧିକାରୀ ଲେଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା ଏବଂ ବହୁ ସଂଖ୍ୟାରେ ଏନ୍ ସି ସି ଛାତ୍ରଛାତ୍ରୀ ଯୋଗଦେଇ ଯୁବକଙ୍କୁ ଙ୍କୁ ଉତ୍ସାହିତ କରିଥିଲେ l ସହରର ସମାଜସେବୀ ତଥା ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଅlୟୋଜନ କରିଥିବା ବେଳେ ସ୍ବଚ୍ଛ ଭାରତ ସଂଗଠନ, ଗୋପlଲଜି ଯୋଗlଳୟ, ବରିଷ୍ଠ ନାଗରିକ ସଂଘ ର ସମସ୍ତ କର୍ମକର୍ତା, କଲେକ୍ଟ୍ରିଏଟ୍ କର୍ମଚାରୀ, ଇନ୍ଫିନିଟି କ୍ଳବ୍ ସଦସ୍ୟ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏଥିରେ ଯୋଗ ଦେଇ ଶୁଭେଚ୍ଛା ଜଣାଇ ଥିଲେ l