ବିଜେଡି ର ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସୁବର୍ଣ୍ଣପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା

0
38
ବିଜେଡି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୪) : ସୁବର୍ଣ୍ଣପୁର ଠାରେ ବିଜୁ ଜନତା ଦଳ ର ବଲାଙ୍ଗିର ଲୋକ ସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି lWhatsApp Image 2024 04 07 at 10.19.10 ବିଜେଡି ର ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସୁବର୍ଣ୍ଣପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା

ସୋନପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କ ନେତୃତ୍ୱ ରେ ଆଜି ସଂଧ୍ୟାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ଶ୍ରୀ ଭୋଇ ନବୀନ ନିବାସ ରେ ମୂଖ୍ୟ ମନ୍ତ୍ରୀ ଙ୍କୁ ଭେଟି କୃତଜ୍ଞତା ଜଣାଇ ନିଜ ଲୋକ ସଭା ନିର୍ବାଚନ ମଣ୍ଡଳୀ କୁ ଫେରିବା ପରେ ଆଜି ପ୍ରଥମେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ତେଲନଦୀ ବ୍ରିଜ ଠାରୁ ଦଳ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ରେ ପ୍ରଥମେ ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନିଆ ଯାଇଥିଲା l

ଶ୍ରୀ ଭୋଇ ପ୍ରଥମେ ମା ସୁରେଶ୍ଵରୀ ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଗାମୀ ଦିନରେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଅଞ୍ଚଳ ତଥା ରାଜ୍ୟ ର ସାମୂହିକ ବିକାଶ ଲାଗି ମେହେର ପାର୍କ ଠାରେ ଆୟୋଜିତ ବିରାଟ ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ସଂକଳ୍ପ ନେଇଥିଲେ l ପରେ ପରେ ଉପସ୍ଥିତ ହଜାର ହଜାର ଦଳୀୟ ନେତା ଓ କର୍ମୀ, ମହିଳା କର୍ମୀ ଙ୍କ ସହିତ ଆଲୋଚନା କରି ଆଗାମୀ ନିର୍ବାଚନ ର ରଣ ନୀତି ପ୍ରସ୍ତୁତ କରିବାକୁ ଓ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଙ୍କ ସୂ- ଶାସନ ଓ ସଧାରଣ ବର୍ଗ ଲୋକ ଙ୍କ ବିକାଶ ଲାଗି ଲାଗୁ ହୋଇଥିବା ବିଭିନ୍ନ ଯୋଜନା ସବୁ କୁ ପ୍ରଚାର ପ୍ରସାର କରିବlକୁ ଆହ୍ବାନ କରିବା ସହିତ ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ଶ୍ରୀ ସିଂ ଭୋଇ ଆହ୍ବାନ ଦେଇଥିଲେ l

ଆଜିର ସ୍ବାଗତ ସମ୍ୱର୍ଦ୍ଧନା ସଭା ରେ ସୋନପୁର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଅଭିଭାଷଣ ବେଳେ ସୋନପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,, ସରପଞ୍ଚ, ବ୍ଲକ୍ ଓ ପୌର ପରିଷଦ, ଏନ୍ ଏ ସି ର ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟ ଙ୍କୁ ଲୋକ ସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ସହିତ ପରିଚୟ ପ୍ରଦାନ କରିଥିଲେ ଓ ତାଙ୍କୁ ବିପୁଳ ଭୋଟ ରେ ବିଜୟ କରାଇବାକୁ ଦୃଢ଼ ପ୍ରତିଶୁତି ଦେଇଥିଲେ l ଶ୍ରୀ ଭୋଇ ଓ ଶ୍ରୀ ପୂଜାରୀ ଦଳୀୟ ନେତା କର୍ମୀଙ୍କ ସହିତ ମା ସୁରେଶ୍ଵରୀ ଙ୍କ ମନ୍ଦିର ରୁ ଏକ ପଦଯାତ୍ରା କରି ଥନାପତି ପଡ଼ା, ଦୁର୍ଗା ମଣ୍ଡପ ଦେଇ ବିଜୁ ପଟ୍ଟନାୟକ ଛକ ଯାଏ ପଦଯାତ୍ରା କରି ଜନ ସମ୍ପର୍କ ,ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରି ସହର ବାସୀ ଙ୍କୁ ଭୋଟ ଭିକ୍ଷା କରିଥିଲେ l

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟେ ପୁଷ୍ପ ମାଲ୍ୟ ଅର୍ପଣ କରି ପରେ ପରେ ମେହେର ପାର୍କ ଠାରେ ସ୍ବାଗତ ସମ୍ୱର୍ଦ୍ଧନା ସଭା ରେ ଯୋଗ ଦେଇ ଥିଲେ l ବିଜେଡି ଦଳ ପକ୍ଷ ରୁ, ବିଭିନ୍ନ ବ୍ଲକ ବିଜେଡି ପକ୍ଷ ରୁ, ଓଡ଼ିଶା ସାମ୍ୱାଦିକ ସଂଘ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରୀ ଭୋଇ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ନିରଂଜନ ପୂଜାରୀ ଙ୍କ ସମେତ ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ଉପ ସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତl ନାୟକ, ବିଜେଡି କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ଜିଲ୍ଲା ପରିଷଦ ସଭ୍ୟ ମଧୁ ସୂଦନ ଓତା , ହିମାଂଶୁ ବିଶ୍ଵାଳ, ସରପଂଚ ଅଶ୍ଵିନୀ ବିଶି ସଭାରେ ମଞ୍ଚlସୀନ ଥିଲେ l

ବରିଷ୍ଠ ବିଜେଡି ନେତା ମାନ ଭଞ୍ଜନ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ନଗର ସଭାପତି ଜନ୍ମଞ୍ଜୟ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ମାନଭଞ୍ଜନ ବେଦବାକ, ଆନନ୍ଦ ପାତ୍ର ପ୍ରମୁଖ ସମସ୍ତ ସକ୍ରିୟ ନେତା ସହଯୋଗ କରିଥିଲେ l ବିଜେଡି ନେତା ସୁବାଷ ସେଠି, ପ୍ରକାଶ ସାହୁ, ପୌର ଉପାଧ୍ୟକ୍ଷl ମଲ୍ଲିକା ଦାନୀ , ତରଭା ଏନ୍ ଏ ସି ଅଧ୍ୟକ୍ଷ ଗଗନ ଅଗ୍ରୱାଲ,, ସତ୍ୟ ନାରାୟଣ ତ୍ରିପାଠୀ, ଶାଶ୍ଵତ ମିଶ୍ର, ଗୋପାଳ ବରାଇ, , ପ୍ରମୁଖ ଜିଲ୍ଲା ର ସମସ୍ତ ଅଞ୍ଚଳର ବ୍ଲକ, ଓ ଏନ୍ ଏ ସି ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ନେତା କର୍ମୀ, ମହିଳା କର୍ମୀ, ଏଥିରେ ସାମିଲ ରହି ଶ୍ରୀ ଭୋଇ ଓ ପୂଜାରୀ ଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇ ବିଜୟ ପାଇଁ ସଫଳ କାମନା କରିଥିଲେ l