ଅସହ୍ୟ ଗରମରେ ସନ୍ତୁଳି ହେଉଛି ମଣିଷ

0
42
ଅସହ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୪) : ଅସହ୍ୟ ଗରମରେ ସନ୍ତୁଳି ହେଉଛି ମଣିଷ । ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି ।

ଶୁକ୍ରବାର ଅପେକ୍ଷା ଶନିବାର ତାପମାତ୍ରା ୧ ରୁ ୨ ଡିଗ୍ରୀ କମ୍ ଥିଲେ ବି ପ୍ରବଳ ଗରମ ଅନୁଭୂତ ହେଉଛି । ଏ ସବୁ ଭିତରେ କିନ୍ତୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ ଖବର। ଆଜିଠୁ କାଳବୈଶାଖୀର ସମ୍ଭାବନା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୭ ଓ ୮ ତାରିଖ ରାଜ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ରବିବାର ୨ ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା। ବର୍ଷା ପାଇଁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କଟକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୪୦ ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।