ନାଳକୁ ଖସିଲା ‘ମୋ ବସ୍‌’

0
42
ନାଳକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୪) : ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସି ପଡ଼ିଛି ଏକ ‘ମୋ ବସ୍’

ଆଜି ଅପରାହ୍ଣରେ ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ରାସ୍ତାରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା ବସ୍‌ଟି । ଫଳରେ ବସରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଆହତମାନଙ୍କୁ ବିଭିନ୍ନ ଗାଡିରେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠା ଯାଇଥିଲା । କିଛି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ଓ ସ୍ଥାନୀୟ ଲୋକେ । ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ସେମାନେ କହିଛନ୍ତି । ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବେଳେ ସାମ୍ନା ପଟୁ ଏକ ଅଟୋ ଚାଲିଆସିଥିଲା । ଫଳରେ ବସ୍ ଡ୍ରାଇଭର ଭାରାସାମ୍ୟ ହରାଇବାରୁ ଗାଡିଟି ନାଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିଲେ ବୋଲି ସୂଚନା ମିଳିଛି ।