ବନ ବିଭାଗ ଦ୍ଵାରା ବିପୁଳ ଶାଗୁଆନ କାଠ ଜବତ

0
41
ବନ ବିଭାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୦୭/୦୪) : ନୂଆପଡ଼ା ବନ ବିଭାଗ ଦ୍ଵାରା ବିପୁଳ ମାତ୍ରାରେ ଶାଗୁଆନ କାଠ ଜବତ । ପଗାର ପାଣି ମଧୁପୁର ଗାଁର ଶୁକ୍ରୁ ମାଝିଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ନୂଆପଡ଼ା ବନ ବିଭାଗ ।

କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ରେଞ୍ଜରଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଖଗେ ମାଝି ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସକାଳେ ସୂକ୍ରୁ ମାଝି ଙ୍କ ଘରେ ଚଢ଼ାଉ କରିଥିଲେ । ପୂର୍ବରୁ ମଧ୍ୟ ଶାଗୁଆନ କାଠ ବ୍ୟବସାୟ କରୁଥିବା ବନ ବିଭାଗ ନିକଟରେ ଖବର ଥିବା ବେଳେ ଏକ ଟିମ୍ କାଠ ଜବତ କରିବା ସହ ଅଭିଯୁକ୍ତ ସୁକୃ ମାଝି କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।