ଦୋକାନ ବଜାର ବୁଲି ବୁଲି ନିର୍ବାଚନ ପାଣ୍ଠି ସଂଗ୍ରହ କଲେ ସିପିଆଇ( ଏମ୍ ଏଲ) ଲିଵରେସନ ପ୍ରାର୍ଥୀ

0
46
ଦୋକାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୦/୪) : ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲଢୁଆ ଆଦିବାସୀ ଯୁବକ ଅନାସିମ ଶବର ପ୍ରତିଦ୍ବନ୍ଦିତା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।WhatsApp Image 2024 04 10 at 20.12.49 ଦୋକାନ ବଜାର ବୁଲି ବୁଲି ନିର୍ବାଚନ ପାଣ୍ଠି ସଂଗ୍ରହ କଲେ ସିପିଆଇ( ଏମ୍ ଏଲ) ଲିଵରେସନ ପ୍ରାର୍ଥୀ

ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ସହରରେ ଦୋକାନ ବଜାର ବୁଲି ବୁଲି ନିର୍ବାଚନ ପାଣ୍ଠି ସଂଗ୍ରହ କରାଯାଇଛି । ସମ୍ବିଧାନ ଓ ଗଣତନ୍ତ୍ରକୁ ପରିବର୍ତ୍ତନ କରିବା ପାଇଁ ମୋଦି ସରକାର ୪୦୦ ପାର କରିବା କଥା ସଂପୂର୍ଣ୍ଣ ମିଥ୍ଯା ଅଟେ । ମୋଦୀ ଇଲୋକଟ୍ରାଲ ବଣ୍ଡ ଜରିଆରେ କୋଟି କୋଟି ଟଙ୍କା ଆଦାୟ କରିବା ଜନସାଧାରଣ ଜାଣି ସାରିଛନ୍ତି । ଗଣତନ୍ତ୍ର ଓ ସମ୍ବିଧାନ ବିପଦ ରେ ପଡିଛି , କେନ୍ଦ୍ର ଶାସନରେ ବିଜେପି ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡ ବଡ ପୁଞ୍ଜିପତି ମାନଙ୍କୁ ଟେକି ଦେଉଛି ।

ଦରବୃଦ୍ଧି ସାଙ୍ଗକୁ ବେକାରୀ ବଢୁଛି । ଚାଷି ଆଜି ଆତ୍ମହତ୍ୟା କରୁଛି । ଲୁଟ ବଢୁଛି ଏଥିପାଇଁ ବିଜେପି ଦାୟୀ । ଓଡିଶାର ନବୀନ ବାବୁଙ୍କ ବିଜେଡି ସରକାର ଲଗାତାର ୨୪ ବର୍ଷ ଶାସନ କରିଛନ୍ତି ହେଲେ ଦରବୃଦ୍ଧି କମୁନି କାହିଁକି । ଜଙ୍ଗଲ ଜମି ଅଧିକାର ଆଦିବାସୀଙ୍କୁ ମିଳିଲା ନାହିଁ । ମଜୁରିଆ କୁ ଉଚିତ୍ ମଜୁରୀ ସବୁ ଦିନ ମିଳୁନାହିଁ । ସବୁ କଥା ରେ ନବୀନ ବାବୁ ମୋଦୀଙ୍କୁ ସମର୍ଥନ କରି ଓଡିଶା ଲୋକଙ୍କ ପ୍ରତି ବିଶ୍ବାସ ଘାତକତା କରିଛନ୍ତି ।

ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଦଳ ଡିଆଁ ରାଜନୀତିର ମୁଖା ଖୋଲିବା, ବିଜେପି ଓ ବିଜେଡି ଗୁପ୍ତ ମେଣ୍ଟ କୁ କ୍ଷମତାରୁ ହଟାଇବା ପାଇଁ ଶପଥ ନିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବାବେଳେ, ସଞ୍ଜିବ ଶବର, କରୁଣା କର ଲିମା, ବୃନ୍ଦାବନ ବିଡିକା, ମିନ ଶବର, ଓସମା ବିନ ଶବର ସହଯୋଗ କରିଥିଲେ ।