TPWODL ଡିଭିଜନ ତରଫରୁ କୁମୁଡ଼ା ପାହାଡ଼ରେ ଅବସ୍ଥିତ ଶିବାଳୟ ଠାରେ ପୂଜାର୍ଚ୍ଚନା ଓ ଅନ୍ନପ୍ରସାଦ ସେବନର ଆୟୋଜନ !

0
27
TPWODL

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୦୯/୦୪) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ TPWODL ଡିଭିଜନ ତରଫରୁ ସ୍ଥାନୀୟ ଶିବ ମନ୍ଦିର ଠାରେ ବାରୁଣୀ ସ୍ନାନ ତଥା ଚେତ୍ର ମାସ ଦ୍ୱାଦଶୀ ତିଥି ଶନିବାର ଦିନ ଅପରାହ୍ନ ଗୋଟାଏ ସମୟରେ ଏକ ଭୋଳାନାଥଙ୍କ ଠାରେ ପୂଜା କରାଯାଇଥିଲା ।

ଆୟୋଜିତ ଏହି ଏହି ପୂଜା ର ଅଭିପ୍ରାୟ ହେଉଛି ଯେ କାଳ ବୈଶାଖୀ ସମୟରେ କୌଣସି ଆକ୍ସିଡେଣଣ୍ଟାଲ ଫଲ୍ଟ ନ ହେବା ପାଇଁ ଏବଂ ବିଦ୍ୟୁତ ଉପଭୋକ୍ତା ସଦାସର୍ବଦା ବିଦ୍ୟୁତ ସରବରାହ ପାଇବା ସକାଶେ ପ୍ରଭୁ ଭୋଳାନାଥଙ୍କ ଠାରେ ଆଶୀର୍ବାଦ କରା ଯାଇ ଏକ ଅନ୍ନ ଭୋଗ ବ୍ୟବସ୍ଥାର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ସମସ୍ତ ଷ୍ଟାଫ ଏବଂବଲାଙ୍ଗୀର ସ୍ଥିତ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା କର୍ମଚାରୀ ଏବଂ ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ କୁମାର ସାହୁ ଏବଂ କିଛି ଥାନା କର୍ମଚାରୀ ଟିଟିଲାଗଡ଼ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ବିନାୟକ ରାଉତ, ଡିଭିଜନର ଡେପୁଟି ଫାଇନାନ୍ସ ମ୍ୟାନେଜର କୈଳାଶ ଚନ୍ଦସ୍ୱାଇଁ ଏବଂ ଟିଟିଲାଗଡ଼ ଏସଡ଼ିଓ, ପାଟଣାଗଡ଼ ଏସଡ଼ିଓ, ସଇଁତଳା ଏସଡ଼ି ଓ ଏବଂ କଣ୍ଟାବାଞ୍ଜି ଏସଡ଼ିଓ, ଡିଭିଜନର ସମସ୍ତ ସେକ୍ସନ ଅଫିସର, ସମସ୍ତ ଲାଇନମ୍ୟାନ ଏବଂ ସମସ୍ତ କର୍ମଚାରୀ ପ୍ରାୟ ଶତାଧିକ ଲୋକଙ୍କର ସମାଗମ ହୋଇ ଅତି ଆନନ୍ଦରେ ଅନ୍ନ ଭୋଗ ସେବନ କରି ମହାପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିଥିଲେ ।