ଗୁଣପୁର ଠାରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ଇସ୍ତାହାର ପାଇଁ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

0
55
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୪) : ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।WhatsApp Image 2024 04 02 at 3.22.38 PM ଗୁଣପୁର ଠାରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ଇସ୍ତାହାର ପାଇଁ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛାତ୍ର ଛାତ୍ରୀଙ୍କ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ , ଶିକ୍ଷକ ପୁରସ୍କାର , ଲାପଟପ୍ ପ୍ରଦାନ ,ଛାତ୍ର ବୃତ୍ତି ଆଦି ଅନେକ ଯୋଜନା । ତେବେ ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟ ର ଛାତ୍ର ଛାତ୍ରୀ ପାଇବେ “ନବୀନ ଓଡ଼ିଶା ମ୍ୟାଜିକ କାର୍ଡ” । ଏହି ସମ୍ପର୍କରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଚିନ୍ମୟ ସାହୁ ମ୍ୟାଜିକ କାର୍ଡ ସମ୍ପର୍କରେ ଆଲୋଚନା କରିବା ସହ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିଥିଲେ । ମୂଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ମୂଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ଏହି ଡିଜିଟାଲ ସୁବିଧା ଯୁବପିଢିଙ୍କ ସ୍ବପ୍ନକୁ ସାକାର କରିବ ଏବଂ ସେମାନଙ୍କୁ ଉତ୍ସାହିତ କରିବା ସହ ସଶକ୍ତ କରିବା ଦିଗରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ପୈାରହିତ୍ୟ କରି ରାଜ୍ୟ ବିଜେଡି ଛାତ୍ର ଉପସଭାପତି ପିଙ୍କୁ ପଣ୍ଡା ଏହି କାର୍ଡ “ସମୃଦ୍ଧିର ପାସପୋର୍ଟ” ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମଣ୍ଟୁ ଆଚାର୍ଯ୍ୟ , ବ୍ଲକ ବିଜେଡି ସଭାପତି ଶ୍ରୀନିବାସ ଶତପଥୀ , ନଗର ବିଜେଡି ସଭାପତି ରାମ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ନେତ୍ରାନନ୍ଦ ଶବର, ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ହୁରୁଚୁଲା ମାଝି, ରଘୁ ଗମାଙ୍ଗ, ରମେଶ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ, ପୈରାଞ୍ଚଳର ବିଜେଡି ସଭାପତି ଓ ଶତାଧିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।