ବିଟାବନ୍ଦ ରେ ଭା,ଜ,ପା ର ମିଶ୍ରଣ ପର୍ବ, ୭ ଗୋଟି ଗ୍ରାମ ପଂଚାୟତ ର ୪୦୩ ଜଣ ବିଜେପି ରେ ମିଶିଲେ

0
51
ବିଟାବନ୍ଦ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୦୪) : ମୁରିବାହାଲ ବ୍ଲକ ହଳଦୀ ମଣ୍ଡଳ ବିଟାବନ୍ଦ ଗ୍ରାମର ଖେଳ ପଡିଆ ଠାରେ ଭାରତୀୟ ଜନତା ପାର୍ଟି ର ବୁଥ ସମାବେଶ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2024 04 13 at 09.20.32 ବିଟାବନ୍ଦ ରେ ଭା,ଜ,ପା ର ମିଶ୍ରଣ ପର୍ବ, ୭ ଗୋଟି ଗ୍ରାମ ପଂଚାୟତ ର ୪୦୩ ଜଣ ବିଜେପି ରେ ମିଶିଲେ

ହଳଦୀ ମଣ୍ଡଳ ର ୭ ଗୋଟି ଗ୍ରାମ ପଂଚାୟତ ର ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ନେଇ ମଣ୍ଡଳ ସଭାପତି ଇଶ୍ଵର ପୁଟେଲଙ୍କର ସଭାପତିତ୍ୱ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ସାଂସଦ ପ୍ରାଥୀ ସଂଗୀତ କୁମାରୀ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଆସନ୍ତା ମେ ମାସ ୨୦ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ରେ ସାଂସଦ ଓ ବିଧାୟକ କୁ ବିଜୟୀ କରି ମୋଦି ଜିଙ୍କର ବିକାଶ ରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

ସମ୍ମାନନିୟ ଅତିଥି ରୂପେ ବଲାଙ୍ଗୀର ଜ଼ିଲ୍ଲା ସଭାପତି ଶିବାଜି ମହାନ୍ତି, କଣ୍ଟାବାଞ୍ଜି ବିଧାୟକ ପ୍ରାଥୀ ଲଷ୍ମଣ ବାଗ, ବଲାଙ୍ଗୀର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ବରିଷ୍ଠ ନେତା ରାଜୀବକୁମାର ମହାନ୍ତି, ବାଳକୃଷ୍ଣ ପୁଟେଲ, ପୂରଣ ବାଗ, ମହିଳା ନେତ୍ରୀ କୁମୁଦିନୀ ଭୋଇ, ରମ୍ବା ପାଣିଗ୍ରାହୀ, ହସିତା ବେହେରା, ମହାଦେବ ଟାହାଣୀ, ସୁରେଶ ଭୋଇ, ପ୍ରମୁଖ ଉପସ୍ଥିତ ରହି ସଂଗଠନ କୁ ମଜଭୁତ କରିବା, ବୁଥ ସ୍ତରରେ ସମସ୍ତ କାର୍ଯ୍ୟକର୍ତ୍ତା ସୁ ସମ୍ପର୍କ ରହିବା, ମୋଦି ଜିଙ୍କର ବିକାଶ କୁ ପ୍ରତ୍ୟୋକ ଘରକୁ ନେବା ଉପରେ ଆହ୍ୱାନ ଦେଇ ଥିଲେ ।

ଏହି ଅବସରେ ୭ ଗୋଟି ଗ୍ରାମ ପଞ୍ଚାୟତ ରୁ କଂଗ୍ରେସ ଓ ବିଜୁ ଜନତା ଦଳ ଛାଡି ୪୦୩ ଜଣ କର୍ମୀ ଭାଜପାରେ ବିଧିବଦ୍ଧ ଭାବରେ ଯୋଗ ଦେଇ ଥିଲେ । ସେହି ମାନଙ୍କ ମଧ୍ୟରେ ବାଙ୍କେଲ ସରପଞ୍ଚ ଲଳିତ ଦୋରା, ବିଶିଷ୍ଟ ଆଇନ ଜିବି ରଏବାରୁ ପୁଟେଲ, ପ୍ରମୁଖ ନିଜ ନିଜ ସମତ୍ତକ ମାନଙ୍କୁ ନେଇ ଯୋଗ ଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ହଳଦୀ ମଣ୍ଡଳ ଉପସଭାପତି ସରୋଜ ବାଗ ସଂଯୋଜନା କରି ଥିବା ବେଳେ ସାଧାରଣ ସମ୍ପାଦକ ସୁବାସ ପୋଢ଼, କୈବଲ୍ୟ ବେହେରା, ଲାଲୁ ବହାଦୁର ପୁଟେଲ, ପାଦେ ତାଣ୍ଡି, ଗିରିଧାରୀ କମ୍ପ,ପ୍ରମୁଖ ସହ ଯୋଗ କରି ଥିଲେ ।