ମହୁଲ ଗୋଟାଇବାକୁ ଯାଇଥିଲେ, ମାରିଦେଲା ଦନ୍ତା

0
32
ମହୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୪/୦୪) : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ।

ତାଙ୍କ ନାଁ ସୁରୁ ମୁଣ୍ଡା। ତାଙ୍କ ଘର ମହାବିରୋଡ଼ ଥାନା ବାମ ପଞ୍ଚାୟତର ଗୋବରୀ ମୁଣ୍ଡାସାହିରେ । ସୁରୁ ଆଜି ଭୋରରେ ମହୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲକୁ ଯାଇଥିଲେ। ସେଠାରେ ମହୁଲ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ସୁରୁ। ଦନ୍ତା ତାଙ୍କୁ କଚାଡ଼ି ମାରି ଦେଇଥିଲା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ମହାବୀରୋଡ଼ ଥାନା ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ । ମୃତଦେହ ଉଦ୍ଧାର କରାଯିବା ସହିତ ଘଟଣାର ତଦନ୍ତ କରାଯାଉଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି।