ହନୁମାନ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଏବଂ ଅଦିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ

0
46
ହନୁମାନ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୪/୪) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଘଣ୍ଟବାହାଲ ଗ୍ରାମ ରେ ହନୁମାନ ଜୟନ୍ତୀ (ପଣାସଂକ୍ରାନ୍ତି) ପାଳନ ଉପଲକ୍ଷେ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ କମିଟିର ବରିଷ୍ଠ କର୍ମକର୍ତ୍ତା କୈଲାଶ ଦଣ୍ଡସେନା ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ବୈଠକରେ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀଙ୍କ ସମ୍ମତି ଅନୁସାରେ ଚଳିତବର୍ଷର ହନୁମାନ ମନ୍ଦିର ପରିଚାଳନା କମିଟିର ସଭାପତି ଭାବରେ ମକୁନ୍ଦ ବଘାର, କାର୍ଯ୍ୟକାରୀ ସଭାପତି  ସୁଜିତ ରଞନ ପାଢ଼ୀ, ସଂପାଦକ ସୁଦାମ ଚରଣ ବଘାର, ସହ ସଂପାଦକ ସୁମନ୍ତ ମହାଲିଙ୍ଗ, କୋଷାଧକ୍ଷ ଗୋବିନ୍ଦ ସେଠି, କାର୍ଯ୍ୟକାରୀ କମିଟିର ସଦସ୍ଯ ରୂପେ ଧନିରାମ ରଣା,କୈଲାଶ ଦଣ୍ଡସେନା, ରୁଷୁ ମାହାକୁର,କବି ମାହାକୁର,, ମହେଶ୍ବର ଛୁରା, ଦୁର୍ଯ୍ୟୋଧନ ବଘାର,ପୁରନ୍ଦର ମାହାର,ସତ୍ଯ ମହାକୁର,ବିରାଟ ଛୁରା, ସାନ ମାହାକୁର,ସୁଦ୍ରଶନ ମାହାକୁର,ରବିନ୍ଦ୍ର ମାହାକୁର, କୈଲାଶ ନାଏକ,ସୁଶାନ୍ତ ମହାଲିଙ୍ଗ, ଚନ୍ଦ୍ର ନାଏକ,ହରିଶ ମାହାକୁର ଙ୍କୁ ଚୟନ କରାଯାଇଥିଲା ।

“ଶନିବାର ଦିନ କଳସ ଯାତ୍ରା ସହିତ ହନୁମାନ ଜୟନ୍ତୀ ଉତ୍ସବ ର ଅଦିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ରବିବାର ଦିନ ହନୁମାନ ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯିବ ନେଇ ପ୍ରସ୍ତୁତି ବୈଠକ ରେ ଆଲୋଚନା କରାଯାଇଥିଲା । ରବିବାର ଦିନ ଠାରୁ  ସାତଦିନ ପର୍ୟ୍ଯନ୍ତ ପ୍ରତ୍ଯେକ ଦିନ ସଂନ୍ଧ୍ଯା ରେ ସତସଂଗ ଭାଗବତ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ତରଫରୁ ଜଣାଯାଏ ।