ଟିକେଟ ନ ମିଳିବାରୁ ଦଳ ଛାଡିଲେ ସୋନପୁର କଂଗ୍ରେସ ର ପୂର୍ବତନ ବିଧାୟକ

0
44
ଟିକେଟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୫) : କଂଗ୍ରେସକୁ ଝଟକା, ପୁଣି ଦଳ ଛାଡିଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ।

ଟିକେଟ ନ ମିଳିବାରୁ ଦଳ ଛାଡିଲେ ସୋନପୁର କଂଗ୍ରେସ ର ପୂର୍ବତନ ବିଧାୟକ ବିନୋଦ ପାତ୍ର । ଆଜି କଂଗ୍ରେସ ଛାଡିଛନ୍ତି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କାମଚଳା ଜିଲ୍ଲା ସଭାପତି ବିନୋଦ ପାତ୍ର । ବୀରମହାରାଜପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଟିକେଟ ପାଇଁ ଥିଲେ ଆଶାୟୀ । ଦଳ ଟିକେଟ ନଦେବାରୁ କଂଗ୍ରେସ ଛାଡିଥିବା ସୂଚନା ମିଳିଛି । ପିସିସି ସଭାପତିଙ୍କ ପାଖକୁ ଇସ୍ଥଫା ପତ୍ର ପଠାଇଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିନୋଦ । ତାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ଆଜି କଂଗ୍ରେସକୁ ବାଏ ବାଏ କରିଛନ୍ତି । ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥ କୁ ଦୃଷ୍ଟିରେ ରଖି ମୋତେ ଟିକେଟ ଦେଇ ନଥିବାବେଳେ ତାଙ୍କ ପାଇଁ ଦଳ ନୁହେଁ ସ୍ବାର୍ଥ ବଡ ବୋଲି କହିଛନ୍ତି ।

ମୋତେ ପୂର୍ବରୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା । ସେଥିପାଇଁ ମୁଁ ଦଳର ସଂଗଠନ କାମ କରୁଥିଲା ବେଳେ ଶେଷ ରେ ମୋ ବଦଳରେ ନୂଆଁ ଲୋକଙ୍କୁ ଟିକେଟ ଦେଇଛନ୍ତି ବୋଲି ସେ କହିଛନ୍ତି । ତେବେ ଆଗକୁ କେଉଁ ଦଳକୁ ଯିବେ ଏଯାଏଁ ନିଷ୍ପତ୍ତି ନେଇ ନାହାଁନ୍ତି । ସେ ବିଭିନ୍ନ ସମୟରେ ଜିଲ୍ଲା ସଭାପତି ଭଳି ବିଭିନ୍ନ ପଦ ପଦବୀରେ ରହିଥିଲେ ଏବଂ ୨୦୦୪ ରୁ ୨୦୦୦୯ ପର୍ଯ୍ୟନ୍ତ ଥିଲେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ।