ରାୟଗଡ଼ା ୱାକରସ କ୍ଲବଙ୍କ ମିଳିତ ଆନୁକୁଲ୍ୟରେ କେନ୍ସର ରୋଗ ପ୍ରତି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
16
ରାୟଗଡ଼ା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୦୪) : ରାୟଗଡା ସହର ସ୍ଥିତ ସାଇକୃପା ନିଦାନ କେନ୍ଦ୍ର ଓ ରାୟଗଡ଼ା ୱାକରସ କ୍ଲବଙ୍କ ମିଳିତ ଆନୁକୁଲ୍ୟରେ ସାଇକୃପା ନିଦାନ କେନ୍ଦ୍ର ଠାରେ କେନ୍ସର ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 04 19 at 20.52.29 ରାୟଗଡ଼ା ୱାକରସ କ୍ଲବଙ୍କ ମିଳିତ ଆନୁକୁଲ୍ୟରେ କେନ୍ସର ରୋଗ ପ୍ରତି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମରେ ୱାକରସ କ୍ଲବର ସମସ୍ତ ସଦସ୍ୟ ମାନଙ୍କ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ବିଶାଖାପାଟଣା ରୁ ଆସିଥିବା ଡ଼ଃ. ଏମ୍ ନାଭ୍ୟ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ କେନ୍ସର୍ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ର ଫାର୍ମାସୀ ଅଧ୍ୟକ୍ଷ ଡଃ. ଚନ୍ଦ୍ରଶେଖେର ପାତ୍ର ଓ ନର୍ସିଂ ଅଧ୍ୟକ୍ଷ ଶ୍ରୀମତି କେ.ଉର୍ମିଳା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply