ସାଧାରଣ ନିର୍ବାଚନ ଆଖି ଆଗରେ ରଖି ବିଜେଡି ପକ୍ଷରୁ ବିଶାଳ ବାଇକ୍ ଶୋଭାଯାତ୍ରା

0
169
ସାଧାରଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୦୪) : ସାଧାରଣ ନିର୍ବାଚନ ଆଖି ଆଗରେ ରଖି ବିଜେଡି ପକ୍ଷରୁ ବିଶାଳ ବାଇକ୍ ଶୋଭାଯାତ୍ରା କରଯାଇଥିଲା । ହଜାର ହଜାର ସଂଖ୍ୟାରେ ବିଜେଡ଼ିର କର୍ମୀ ଓ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ ।WhatsApp Image 2024 04 20 at 08.12.26 ସାଧାରଣ ନିର୍ବାଚନ ଆଖି ଆଗରେ ରଖି ବିଜେଡି ପକ୍ଷରୁ ବିଶାଳ ବାଇକ୍ ଶୋଭାଯାତ୍ରା

ବାଇକ୍ ରାଲୀ ନୁଆ ବସ୍ ଷ୍ଟାଣ୍ଡ ରୁ ଆରମ୍ଭ ହୋଇ ଓଭର ବ୍ରିଜ ଦେଇ ତେଜସ୍ଵୀ ହୋଟେଲ ପଡିଆ ଠାରେ ପହଞ୍ଚି ଥିଲେ । ଏଠାରେ ବିଜେଡ଼ି କାର୍ଯ୍ୟାଳୟ ର ଶୁଭ ଉଦ୍ଘାଟନ କରିଥିଲେ ପର୍ୟ୍ଯବେକ୍ଷକ ଅତନୁ ସବ୍ୟସାଚୀ । ଏଥି ସହିତ ବିରାଟ ବଡ କର୍ମୀ ସମ୍ମିଳନୀ ଆୟୋଜନ କରା ଯାଇଥିଲା । ରାୟଗଡ଼ା ଜିଲ୍ଲା ସଭାପତି ଏନ ଭାଷ୍କର ରାଓ ଙ୍କ ନେତୃତ୍ୱରେ ଏହି ଅୟୋଜନ କରାଯାଇଥିଲା । ତେଜସ୍ଵୀନି ହୋଟେଲ ପଡ଼ିଆ ନିକଟରେ ବିଜେଡ଼ି ଅଫିସ ଓ କୋଲ ସେଣ୍ଟର୍ ଓ କାର୍ଯ୍ୟଳୟ ଉଦଘାଟନ କରିଥିଲେ। କୋରପୁଟ ଲୋକ ସଭା ପାର୍ଥିନି କୌଶଲ୍ୟା ହିକୋକା, ରାୟଗଡା ବିଧାନ ସଭା ପାର୍ଥିନୀ ଅନୁଷୟା ମାଝିଙ୍କୁ ଉକ୍ତ ସଭାରେ ଉପସ୍ଥିତ କର୍ମୀ ମାନଙ୍କୁ ପରିଚୟ କରାଇଥିଲେ ଏବଂ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରାଇବା ପାଇଁ ଅନୁରୋଧ କରିଛନ୍ତି ।

ଆଜିର ଏହି ବିରାଟ ବଡ କର୍ମୀ ସମ୍ମିଳନୀ ଓ ସମ୍ଭର୍ଦ୍ଧନା ସଭା ଏକ ପ୍ରକାର ବିଜେଡ଼ି ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ ଥିଲା । ଯାହାକି ଆଗମୀ ଦିନରେ ହେବାକୁ ଥିବା ନିର୍ବାଚନ ଏହି ଏକତା ବିଜେଡ଼ିର ବଳ ହେବ । ରାୟଗଡା ବିଜେଡ଼ି ଦଳ ର ସଭାପତି ଏନ୍ ଭାସ୍କର ରାଓ ୨୩ ତାରିଖରେ ହେବାକୁ ଥିବା ନାମାଙ୍କନ ପତ୍ର ଦାଖଲ ସମୟରେ ଏହିଭଳି ଏକତା ର ପ୍ରଦର୍ଶନକୁ ବଜାୟ ରଖିବା ପାଇଁ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଓ ସାହସ ବଢାଇଛନ୍ତି ।

Leave a Reply