ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

0
20
ନିର୍ବାଚନୀ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୪) : ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀ ଙ୍କୁ ନିୟୋଜିତ ପୂର୍ବକ ଦାୟିତ୍ୱ ପ୍ରଦାନ କରାଯାଇଛି lWhatsApp Image 2024 04 20 at 08.31.51 ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ l ନିୟୋଜିତ ଅଧିକାରୀ ଯେପରି ପ୍ରଦତ୍ତ ଦାୟିତ୍ୱକୁ ସଠିକ ଓ ସୁଚାରୁରୂପେ ସମ୍ପାଦନ କରିପାରିବେ ସେଥିପାଇଁ ପ୍ରଶାସନ ତରଫରୁ ନିର୍ବାଚନ ପ୍ରଶିକ୍ଷକ ଙ୍କ ଦ୍ୱାରା ନିର୍ବାଚନ ଆୟୁକ୍ତ ଭାରତଙ୍କ ଦିଶା ନିର୍ଦେଶ ଅନୁସାରେ ପ୍ରଦତ୍ତ ନିର୍ବାଚନ ସମ୍ୱନ୍ଧୀୟ ଆଇନର ଅନୁପାଳନ କୁ ସଠିକ କାର୍ଯ୍ୟକାରିତା, ତଦାରଖ ଓ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି l ଆଜି ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୬୪- ବୀରମହାରାଜପୁର (ସଂ),୬୫- ସୋନପୁର ( ସାଧାରଣ ) ତଥା ୧୦- ବଲାଙ୍ଗୀର ଲୋକ ସଭା ସଂସଦୀୟ କ୍ଷେତ୍ର ନିମନ୍ତେ ଆସନ୍ତା ମେ ୨୦ ତାରିଖ ରେ ମତଦାନ ଅନୁଷ୍ଠିତ ହେବ l ଏଣୁ ନିର୍ବାଚନକୁ ନିରପେକ୍ଷ ଓ ବ୍ୟବସ୍ଥିତ ପରିଚାଳନା ନିମନ୍ତେ ନିୟୋଜିତ ନିର୍ବାଚନ ଖର୍ଚ୍ଚ ତଦାରଖ ଅଧିକାରୀ ଓ ନିର୍ବାଚନ ରେ ଅବତୀର୍ଣ ରାଜନୈତିକ ପ୍ରାର୍ଥୀଙ୍କ ପ୍ରତିନିଧି ଙ୍କୁ ଖର୍ଚ୍ଚ ପରିଚାଳନାର ଵିଧି ବ୍ୟବସ୍ଥା ଉପରେ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l

ଟିମ ନୋଡାଲ ଅଧିକାରୀ ତଥା ସି ଡି ଓ ଶ୍ରୀ ଅଶ୍ୱିନୀ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଖର୍ଚ୍ଚ ତଦାରଖ ପ୍ରଶିକ୍ଷଣ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶିକ୍ଷକ ଭାବେ ସି ଟି ଜି ଏସ ଟି ବିକାଶ ରଞ୍ଜନ ମହାନ୍ତି ଓ ଜିଲ୍ଲା କୋଷାଗାର ଅଧିକାରୀ ସଂଗ୍ରାମ କେଶରୀ ଦଳେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

ଆଜି ପ୍ରଶିକ୍ଷଣରେ ଜିଲ୍ଲା ନିମନ୍ତେ ସାଧାରଣ ନିର୍ବାଚନରେ ନିୟୋଜିତ ୦୮ଗୋଟି ଏସ ଏସ ଟି ଟିମ, ୦୨ ଗୋଟି ଭିଏସ ଟି ଟିମ,୦୮ଗୋଟି ଏଫ ଏସ ଟି ଟିମ, ୦୨ ଗୋଟି ଭି ଭି ଟି ଟିମ ର ନୋଡାଲ ଅଧିକାରୀ ଙ୍କ ସହ ସଦସ୍ୟ ଅଧିକାରୀ, ଏକାଉଣ୍ଟିଂ ଟିମ ର ଅଧିକାରୀ, ସଦସ୍ୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି, ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ, ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଡେପୁଟି ଜିଲ୍ଲାପାଳ, ନିର୍ବାଚନ ଶାଖା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ l ସମସ୍ତ ଟିମ ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ଚବିଶ ଘଣ୍ଟିଆ କାର୍ଯ୍ୟକାରି କରିବାକୁ ଥିବାବେଳେ ନିର୍ବାଚନ ଘୋଷଣା ଠାରୁ ଜିଲ୍ଲା ନିମନ୍ତେ ଗଠିତ ଫ୍ଲାଇଙ୍ଗ ସ୍କୁୱାର୍ଡ ଚବିଶ ଘଣ୍ଟିଆ କାର୍ଯ୍ୟକାରୀ କରୁଛି l

Leave a Reply