ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ

0
18
ମହୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୨୦/୦୪) : ବେଆଇନ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ। ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଛକରେ ଚଢାଉ କରି ମିନି ଟ୍ରକ ସହ ୫୦ କ୍ୱିଂଟାଲ ମହୁଲ ଜବତ କରିଛି ଅବକାରୀ ବିଭାଗ ।

ଗିରଫ ମାନେ ହେଲେ ରିଆମାଳ ଥାନା ବରଘାଟ ଗ୍ରାମର ମଦନ ଜୟପୁରିଆ ଓ ଅନନ୍ତ ଜାମକିଆର ଗିରଫ ହୋଇଛନ୍ତି । ଏକ ମିନିଟ୍ରକରେ ବରଘାଟରୁ ଝାରସୁଗୁଡ଼ା ବିପୁଳ ପରିମାଣର ବେଆଇନ ମହୁଲ ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୁତ୍ରରୁ ଜାଣିବାକୁ ପାଇଥିଲା । ପରେ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ମଧୂସୁଦନ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉରେ ସାମିଲ ହୋଇଥିଲେ । ମଦନ ମୂଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ବେଆଇନ ମହୁଲ ଚାଲାଣ କରୁଥିବା ଅବକାରୀ ବିଭାଗ ପାଖରେ ସୂଚନା ରହିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯିବ ।

Leave a Reply