ଖରା ବେଳେ ମଦ ପିବାକୁ ଯାଇଥିଲେ ! ସନ୍ଧ୍ୟାରେ ମିଳିଲା ମୃତଦେହ

0
23
ଖରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୨୦/୦୪) : କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ନଳବନ୍ଧ ଗ୍ରାମରେ ।

ଖରା ବେଳେ ମଦ ପିବାକୁ ଯାଇଥିଲେ ! ସନ୍ଧ୍ୟାରେ ମିଳିଲା ମୃତଦେହ । ମୃତକଙ୍କ ନାଁ ହେଉଛି ଟିକେଶ୍ୱର ନାୟକ (୩୨) । ତାଙ୍କ ଘର ହେଉଛି ବିଛାଖଣି ଗାଁରେ ବୋଲି ଜଣାପଡ଼ିଛି । ଟିକେଶ୍ୱର ଗୁରୁବାର (ଗତକାଲି) ଦିନ ୨ଟା ବେଳେ ମଦ୍ୟପାନ କରିବା ପାଇଁ ଦେଶୀ ମଦ ଦୋକାନକୁ ଯାଇଥିଲେ । ସନ୍ଧ୍ୟା ସମୟରେ ରକ୍ତାତ ଅବସ୍ଥାରେ ତାଙ୍କର ମୃଦେହ ପଡ଼ିଥିବା ପରିବାର ଲୋକ ଖବର ପାଇଥିଲେ । ତେବେ ସଙ୍ଗେସଙ୍ଗେ ସେଠାକୁ ଧାଇଁ ଯାଇଥିଲେ ପରିବାର ଲୋକ । ଘଟଣା ସ୍ଥଳରେ ପହଞ୍ଚି ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ଟିକେଶ୍ୱର ପିନ୍ଧିଥିବା ବସ୍ତ୍ର ଓ ଚପଲ ଏଣେତେଣେ ପଡ଼ିଥିଲା । ହତ୍ୟାପରେ ମୃତଦେହକୁ ଘୋଷାଡ଼ି ନେଇ ଦୂର ସ୍ଥାନରେ ଫିଙ୍ଗି ଦିଆଯାଇଥିଲା । ଏସମସ୍ଥ ଦୃଶ୍ୟ ଦେଖିବା ପରେ ଟିକେଶ୍ୱରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ଏହାପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି । ମଦଭାଟିରେ ପହଞ୍ଚି ଶହଶହ ମଦ ପାଉଚରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ତେବେ ବାରକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଛି । ଅନ୍ୟପଟେ ମଦ ଦୋକାନର ଦୁଇଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚାରା କରୁଛି ପୁଲିସ।

ମୃତକଙ୍କ ସ୍ତ୍ରୀ ରୋଜିରାଣୀ ନାୟକ କହିଛନ୍ତି, ସେ ଗତକାଲି ଭାଟିକୁ ମଦ ପିବାକୁ ଯାଇଥିଲେ । ସେଠାରେ ମଦ ପିବା ବେଳେ ପାଣି ମାଗିଥିଲେ । ପାଣି ନଦେବାରୁ ଗଣ୍ଡଗୋଳ ହୋଇଥିଲା । ତାଙ୍କୁ ପିଟି ପିଟି ମାରିଦେଲେ । ତାଙ୍କର ଦେହ ସାରା ରକ୍ତର ଝରୁଥିଲା । ମୋ ସ୍ୱାମୀକୁ ମାରିଦେଲେ। ମୋର ଛୋଟ ଛୁଆ ମୁଁ କ’ଣ କରିବି । ମତେ ନ୍ୟାୟ ଦିଅ ।

Leave a Reply