ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ସଂଚାଳନ ବୈଠକ ଅନୁଷ୍ଠିତ

0
23

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୪) : ଆଜି ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ଏକ ଗୁରୁତ୍ୱପୂର୍ଣ ସଂଚାଳନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଗୁଣୁପୁର ବିଧାନସଭାର ସଂଯୋଜକ ପ୍ରମୋଦ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ, ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ନରସିଂହ ମଣ୍ଡାଙ୍ଗୀ ଏବଂ ୱାଇ ଗଣପତି ଯୋଗ ଦେଇ କିଭଳି ଆମକୁ ଗୁଣୁପୁର ବିଧାନସଭା ଏବଂ କୋରାପୁଟ ଲୋକସଭା ପ୍ରାର୍ଥୀ ଙ୍କୁ ବିଜୟ କରିବା ତାକୁ ନେଇ ଆଲୋଚନା କରାଯାଇଥିଲା ।

ଗୁଣୁପୁର ବିଧାନସଭା ର ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଚଳିତ ୨୪ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦିଆଯାଇଥିଲା । ସେହିଭଳି କୋରାପୁଟ ଲୋକସଭାର ପ୍ରାର୍ଥୀ ଭାବେ କାଳିରାମ ମାଝୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ବୈଠକରେ ଗୁଣୁପୁର ବିଧାନସଭା ସଭାର ୧୦ ଟି ମଣ୍ଡଳର ସଭାପତି ଏବଂ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ ।

Leave a Reply