ଚେନ୍ନାଇ ବିପକ୍ଷରେ ୮ ୱିକେଟରେ ଜିତିଲା ଲକ୍ଷ୍ନୌ

0
44
ଚେନ୍ନାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୪) : ଚଳିତ ଆଇପିଏଲ ସିଜିନର ୩୪ତମ ଲିଗ୍ ମ୍ୟାଚରେ ସହଜ ବିଜୟ ହାସଲ କରିନେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ ।

ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କରିଛି ଲକ୍ଷ୍ନୌ । ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ କ୍ୟାପ୍ଟେନ କେ.ଏଲ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଲକ୍ଷ୍ନୌରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି ଓ ମୋଇନ ଅଲ୍ଲିଙ୍କ ଅବଦାନ ବଳରେ ଦଳ ବଡ଼ ସ୍କୋର୍ କରିବାରେ ସଫଳ ହୋଇଥିଲା । ଜାଡେଜା ୪୦ ବଲରେ ୫୭ ରନ୍ କରିଥିବା ବେଳେ ଧୋନୀ ୯ ବଲରେ ୨୮ ଏବଂ ଅଲ୍ଲି ୩୦(୨୦) ରନ୍ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୩୬(୨୪), ଋତୁରାଜ ଗାଏକ୍ୱାଡ ୧୭(୧୩), ଶିବମ ଦୁବେ ୩(୮), ସମୀର ରିଜଭି ୧(୫) ରନ୍ କରିଥିଲେ ।

୧୭୭ ରନର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସହଜରେ ବିଜୟ ହାସଲ କରିନେଇଛି। ପ୍ରାରମ୍ଭରୁ ଦୁଇ ଓପନର କ୍ୱିଣ୍ଟନ ଡିକକ୍ ଏବଂ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ୧୩୪ ରନର ଭାଗିଦାରୀ ଯୋଡିଥିଲେ । ଏହି ସମୟରେ ଡିକକ ୫୪(୪୩) ରନ୍ କରି ଆଉଟ୍ ହୋଇ ଯାଇଥିଲେ।

ଡିକକ୍ ପାଭିଲିଅନ ଫେରିଥିଲେ ମଧ୍ୟ ଦଳ ଉପରେ ବିଶେଷ ପ୍ରଭାବ ପଡିନଥିଲା। କେ.ଏଲ ରାହୁଲ ବଡ଼ ବଡ଼ ଶର୍ଟ୍ସ ଖେଳି ରନ୍ ଯୋଡି ଚାଲିଥିଲେ । ୧୭.୧ ଓଭର ବେଳକୁ ରାହୁଲ ୮୨(୫୩) ରନ୍ କରି ଆଉଟ୍ ହୋଇଥିଲେ, ଏହି ସମୟରେ ଦଳକୁ ୨୬ ରନ୍ ଆବଶ୍ୟକ ଥିଲା । ନିକୋଲ୍ସ ପୁରାନ ଓ ମାର୍କସ ଷ୍ଟୋନିସ୍ ଲକ୍ଷ୍ୟ ହାସଲ କରି ନେଇଥିଲେ ।

Leave a Reply