ପ୍ରଧାନ ଶିକ୍ଷକ ଙ୍କୁ ଡି ଜି ଗୋଭେର୍ନ ତାଲିମ

0
89
ପ୍ରଧାନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୪) : ଆଜି ସ୍ଥାନୀୟ ବାରଣାସୀ ହାଇସ୍କୁଲ ଠାରେ ଡି ଜି ଗୋଭେର୍ନ ତାଲିମ ଅନୁଷ୍ଠିତ ହୋଇଛି ।

ସୂଚନା ମୁତାବକ ଆଜି କାଶୀନଗର ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏହି ତାଲିମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ଅନୁଦାନ କୁ କିଭଳି ପରିଚାଳନା ଆସନ୍ତା ବର୍ଷ କିଭଳି କରାଯିବ ସେ ନେଇ ତାଲିମ ରେ ସୂଚନା ଦିଆଯାଇଛି । ଏଥି ପ୍ଜ଼ୀନ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଶ୍ରୀ କେ ଆପଳାସ୍ୱାମୀ ଓ ଜି ଲିଙ୍ଗରାଜୂ, ଶିକ୍ଷକ ମାନଙ୍କୁ ତାଲିମ ଦେଉଛନ୍ତି । ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ, ଅତିରିକ୍ତ ଶିକ୍ଷା ଅଧିକାରୀ ସୋମେଶ୍ୱର ରାଓ, ସି ଆର ସି ସି ପୋରେଡି ମୋହନ ରାଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।