ବଜେଡି ମିଶ୍ରଣ ପର୍ବ ରେ ବହୁ କର୍ମୀ ମାନେ ମିଶିଲେ

0
20
ବଜେଡି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୧/୦୪) : କନ୍ଧମାଳ ଜିଲ୍ଲା ଜି ଉଦୟ ଗିରି ନିର୍ବାଚନ ମଣ୍ଡଳରେ ବଜେଡି ରେବହୁ କର୍ମୀ ମାନେ ମିଶିଲେ ।

ବଜେଡି ମିଶ୍ରଣ ପର୍ବ ରେ ବହୁ କର୍ମୀ ମାନେ ମିଶିଲେ । ଏହି ବ୍ଲକ ବିଜୁ ଜନତା ଦଳର ୫ ଗୋଟି ଗ୍ରାମପଞ୍ଚାୟତ ଗୁଡ଼ିକ ଯଥା-ରାଇକିଆ,ବେରଡ଼ାକିଆ,ସୁଗଡ଼ବାଡ଼ି, ମାଣିକେଶ୍ଵର ଓ ଗୁମାମାହା ପଞ୍ଚାୟତର କର୍ମୀସମ୍ମିଳନୀ ବେଡ଼ାଗୁବା ଗ୍ରାମର ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଥିଲା । ଏହି ଠାରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ପୁନର୍ବାର ବିଜେଡିର ପ୍ରାର୍ଥୀ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଯୋଗ ଦେଇ କର୍ମୀମାନଙ୍କୁ ଏବଂ ଜନସାଧାରଣଙ୍କୁ ବିଜେଡି ସରକାରଙ୍କର ଜନହିତକର ସୁଫଳ ଯୋଜନା ବିଷୟରେ ଆଲୋଚନା କରି ଅଗାମୀ ନିର୍ବାଚନରେସମସ୍ତେ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ ।

ଏହି କର୍ମୀ ସମ୍ମିଳନୀରେ ଦଳରୁ ଦୁରେଇ ରହିଥିବା ଏବଂ ଅନ୍ୟ ଦଳରୁ ପ୍ରାୟ ବହୁଜଣ ବିଜେଡିରେ ସାମିଲ ହୋଇଥିଲେ । ଏହି କର୍ମୀସମ୍ମିଳନୀକୁ ଶ୍ରୀ ରାଜମୋହନ ଦିଗାଳ, ବିଷକେଶନ ପ୍ରଧାନ, ସନ୍ତୋଷ ପରିଛା ଓଟୁକୁନା ପାଣି ଗ୍ରାହି, ମିଥୁନ ଦିଗାଳ,ଲିଙ୍ଗରାଜ ନାୟକ ସଂଯୋଜନା ସହ ପରିଚାଳନା କରିଥିଲେ । ସମ୍ମିଳନୀରେ ବହୁତ୍ କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ ।

Leave a Reply