ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

0
19
ଜି ଆଇ ଇ ଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୦/୦୪) : ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ବେସିକ ସାଇନ୍ସ, ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ‌ଓ ସ୍କୁଲ ଅଫ୍ ସାଇନ୍ସର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ‌” କାର୍ଯ୍ୟାତ୍ମକ ପଦାର୍ଥର ସ୍ଥାୟୀ ପ୍ରୟୋଗ ପାଇଁ ସାମ୍ପ୍ରତିକ ବିକାଶ ” ବିଷୟରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟିତ ହୋଇଯାଇଛି ।WhatsApp Image 2024 04 20 at 16.51.34 ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭାରତ ସରକାରଙ୍କ ଅଧୀନରେ ଥିବା ସାଇନ୍ସ ଆଣ୍ଡ ଇଂଜିନିୟରିଂ ରିସର୍ଚ୍ଚ ବୋର୍ଡ଼ ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ପକ୍ଷରୁ ପ୍ରୋଯୋଜିତ ଉଦ୍ଘାଟନୀ ସମ୍ମିଳନୀରେ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଜଗଦୀଶ ପଣ୍ଡା ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବା ସହ ସମ୍ମିଳନୀର ସଫଳତା କାମନା କରିଥିଲେ । ଏହି ଅବସରରେ ଵିଶ୍ଵବିଦ୍ୟାଳୟର ଡିନ୍ ଡ଼ଃ ଏ ବି ଶ୍ରୀନିବାସ ରାଓ ଲକ୍ଷ୍ୟ ବିନା ସଫଳତା ଅସମ୍ଭବ ବୋଲି କହିଥିଲେ। ଏହି ସମ୍ମିଳନୀରେ ବେସିକ ସାଇନ୍ସ ମୁଖ୍ୟ ଡ଼ଃ ପ୍ରତିଭା କର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆବାହକ ଡ଼ଃ ହରି ଶଙ୍କର ମହାନ୍ତି ସମ୍ମିଳନୀର ପ୍ରାଧାନ୍ୟତା ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଭୁବନେଶ୍ୱର ସ୍ଥିତ ଆଇ ଓ ପି ର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଶିକ୍ଷା ଓ ଗବେଷଣା ମାଧ୍ୟମରେ ପଦାର୍ଥର ବିକାଶ ଓ ଶକ୍ତି ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ ।

ଏହି ସମ୍ମିଳନୀରେ ଭୁବନେଶ୍ୱର ସ୍ଥିତ ନାଇଜରର ପ୍ରଫେସର ଡଃ ଶୁଭାଙ୍କର ବେଦାନ୍ତ ,ଏନ୍ ଆଇ ଟି ରାଉରକେଲା ର ପ୍ରଫେସର ଡ଼ଃ ଦିଲ୍ଲୀପ କୁମାର ପ୍ରଧାନ, ଭୁବନେଶ୍ୱର ସ୍ଥିତ ଆଇ ଓ ପି ର ଡ଼ଃ ସତ୍ୟପ୍ରକାଶ ସାହୁ, ଧାନବାଦ ସ୍ଥିତ ଆଇ ଆଇ ଟି ଆଇ ଆଇ ଏମ୍ ର ଡ଼ଃ ଉମାକାନ୍ତ ତ୍ରିପାଠୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ବାନାର୍ଜୀ ବେହେରା, ଭୁବନେଶ୍ୱର ସ୍ଥିତ ଆଇ ଓ ପି ର ଡ଼ଃ ଦେବକାନ୍ତ ସାମଲ, ଏନ୍ ଆଇ ଟି ରାଉରକେଲା ସ୍ଥିତ ଡ଼ଃ ରବିନ୍ଦ୍ର କୁମାର ବେହେରା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ସୁକାନ୍ତ କୁମାର ତ୍ରିପାଠୀ ଏବଂ ଆଭାଷୀ ମାଧ୍ୟମରେ କୋୟଟା ବିଶ୍ବବିଦ୍ୟାଳୟ, ଜାପାନର ଯଜ୍ଞ ପ୍ରକାଶ ଭୋଇ, ସାଉଥ୍ କୋରିଆର ଡ଼ଃ ତପବ୍ରତ ଦାମ୍, ୟୁ ଏସ ଏ ସ୍ଥିତ ପେନ୍ସିଲଭାନିଆ ବିଶ୍ଵବିଦ୍ୟାଳୟର ଡ଼ଃ ଧୀରେନ୍ କୁମାର ପ୍ରଧାନ, ଜ୍ୟାକ୍ ସାନ ରାଜ୍ୟ ବିଶ୍ଵବିଦ୍ୟାଳୟର ଡ଼ଃ ନିହାର ପ୍ରଧାନ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଡ଼ଃ ବି ଭି ଆର୍ ଏସ୍ ସୁଭରମନ୍ୟୁମ ଯୋଗଦେଇ ବିଭିନ୍ନ ସନ୍ଦର୍ଭ ମାନ ଉପସ୍ଥାପନା କରିବା ସହ, ପଦାର୍ଥ ଏବଂ ଏହାର ଶିଳ୍ପ ସମ୍ବନ୍ଧିତ ପ୍ରୟୋଗରେ ଆଧୁନିକ ଗବେଷଣା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଵିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ବିଭାଗ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପୋଷ୍ଟର ଉପସ୍ଥାପନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଵିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ସମ୍ମିଳନୀ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଅଧ୍ୟାପିକା ଘନିଷ୍ଠା ପୃଷ୍ଠି ମଞ୍ଚ ପରିଚାଳନା କରିଥିବା ବେଳେ ସହ ଆବାହକ ଅଧ୍ୟାପିକା ଡ଼ଃ କ୍ରୀଷ୍ଣା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।