ଟିଟିଲାଗଡ ବିଜେପି ଦଳ ଉପରେ ଦଳ ବଦଳ ର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଲେ ଟିଟିଲାଗଡ ବିଜେପି ସଭାପତି

0
25
ଟିଟିଲାଗଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୦୪) : ଟିଟିଲାଗଡ ର ବିଜେପି ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବ ରେ ଥିବାମୁକେଶ ଜୈନ ଭୁବନେଶ୍ୱର ଶଙ୍ଖ ଭବନ ରେ ବିଜେଡି ଦଳ ରେ ସାମିଲ ହେବା ଆଲୋଚନା ହେଉଥିବା ବେଳେ ଏ ନେଇ ଏକ ପ୍ରେସ ବିବୃତ୍ତି ରେ ଏହି ଦଳବଦଳ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିଟିଲାଗଡ ବିଜେପି ନଗର ସଭାପତି ତଥା ବରିଷ୍ଠ ନେତା ପ୍ରଶାନ୍ତ ଷଡ଼ଙ୍ଗୀ

ସେ କହିଛନ୍ତି ବିଜେପି ଗୋଟିଏ ଜାତୀୟ ଦଳ ଏବଂ ବିଶ୍ୱ ର ଏକ ନମ୍ୱର ରାଜନୈତିକ ଦଳ।ଏହି ଦଳ ର ଵିଚାର ଧାରା ସାଙ୍ଗରେ ହଜ଼ାର ହଜ଼ାର କର୍ମୀ ଯୋଡି ହୋଇ ନୂଆ ଭାରତ ନିର୍ମାଣ ପାଇଁ ପରିଶ୍ରମ କରୁଛନ୍ତି। ଆଜି ଦଳ ରୁ କିଛି ନେତା ବିଜେଡି ରେ ଯୋଗ ଦେବା ର ଆମ ବିଜେପି ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଆଗାମୀ ଦିନରେ ଟିଟିଲାଗଡ ବିଜେପି ଦଳ ଆହୁରି ସଂଗଠିତ ହୋଇ ଦେଶ ମାତୃକା ପାଇଁ କାମ କରିବ।

Leave a Reply