ପୋଡ଼ାପଦର ଗ୍ରାମରେ ନନ୍ଦପୁରିଆଣି ଦେବୀଙ୍କ ଘଟଯାତ୍ରା ସମ୍ପନ୍ନ

0
41
ପୋଡ଼ାପଦର

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୦/୪) : ବୋରିଗୁମ୍ମା ବ୍ଳକ୍ ପୋଡ଼ାପଦର ଗ୍ରାମରେ ୨ ଦିନ ଧରି ଦେବୀ ନନ୍ଦପୁରିଆଣିଙ୍କର ଘଟଯାତ୍ରା ସମ୍ପନ୍ନ ହୋଇ ଯାଇଛି ।WhatsApp Image 2024 04 21 at 05.37.43 ପୋଡ଼ାପଦର ଗ୍ରାମରେ ନନ୍ଦପୁରିଆଣି ଦେବୀଙ୍କ ଘଟଯାତ୍ରା ସମ୍ପନ୍ନ

ଗତ ମଙ୍ଗଳବାର ରାତ୍ରି ବି.ସିଂହପୁର ଗ୍ରାମରୁ ପୂଜକ ମାନେ ପାରମ୍ପରିକ ବାଜା ସହ ପୋଡ଼ାପଦର ଗ୍ରାମର ହେଣ୍ଡିଆ ପରିବାର ଦ୍ୱାରା ପୂଜିତ, ଯାହା କି ଦେବୀଙ୍କ ମାଆ ଘର ଭାବେ ପରିଚିତ, ଆସି ଆବାହନ କରି ନେଇଥିଲେ । ପରେ ଦେବୀ ପ୍ରତିଦିନ ବି.ସିଂହପୁର ଗ୍ରାମ ପରିକ୍ରମା କରିଥିଲେ । ଆବାହନ କରିବାକୁ ଯିବା ସମୟରେ ଡାଆଣି, ଚିରଗୁଣି, ତାନ୍ତ୍ରିକ, ଅଶୌଚ଼ ଥିବା ସ୍ତ୍ରୀଲୋକ ମାନେ ରାସ୍ତାରୁ ହଟି ଯିବା ପାଇଁ ଗଣ୍ଡା ମାଧ୍ୟମରେ ଘୋଷଣା କରା ଯାଇ ଥିଲା ।ଦୁଇଦିନ ବି.ସିଂହପୁର ଗ୍ରାମ ପରିକ୍ରମା ପରେ ଶୁକ୍ରବାର ଓ ଶନିବାର ବି.ସିଂହପୁର ସହିତ ପୋଡ଼ାପଦର ଗ୍ରାମ ମଧ୍ୟ ପରିକ୍ରମା କରିଥିଲେ ଓ ପ୍ରତି ଘରେ ପୂଜା ପାଇ ଥିଲେ ।ପ୍ରତ୍ୟେକ ଗୃହସ୍ଥ ନିଜ ଘର ସାମନାରେ ଗୋବର ପାଣି ଲିପିବା ସହ ପାହାଡ଼ା ବିଛାଇ ପିଢ଼ା ପାଣି ସହ ଝୁଣା, ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଥିଲେ ।

ଏହି ୨ ଦିନ ପୋଡ଼ାପଦର ଗ୍ରାମର ପ୍ରତ୍ୟେକ ଘର ତା’ର ସାମନା ଘର ସହ ସଂଯୋଗ କରି ଆମ୍ବ ପତ୍ରରେ ତୋରଣ ତିଆରି କରି ଦେବୀଙ୍କ ଯାତ୍ରା ପଥ ସଜ୍ଜିତ କରିଥା’ନ୍ତି । ଏହି ୨ ଦିନ ଗ୍ରାମରେ ଏକ ପବିତ୍ର ନିର୍ମଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଶନି ବାର ପୋଡ଼ାପଦର ହାଟପଦା ଠାରେ ପୌରାଣିକ ନାଟକ ଅନୁଷ୍ଠିତ ହୋଇଥାଏ । ଅବଶ୍ୟ ଆଧୁନିକତାର ଅନୁକରଣରେ ଆଜିକାଲି ପୌରାଣିକ ନାଟକ ବଦଳରେ କୌଣସି ସେନସର ବୋର୍ଡ ଦ୍ୱାରା ସ୍ଵୀକୃତିପ୍ରାପ୍ତ କରିନ ଥିବା ଆଧୁନିକ ନାଟକ ଅନୁଷ୍ଠିତ ହୋଇ ଆସୁଛି । ଏହି କ୍ରମରେ ପୋଡ଼ାପଦର ଗ୍ରାମରେ ମଧ୍ୟ ନାଟକ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

Leave a Reply