ଫରେଷ୍ଟ ଛକ ରେ ମାର୍କେଟ କମ୍ପ୍ଲେକ୍ସ କାମ ଆରମ୍ଭ ହେଲା : ବିବାଦ ର ଅନ୍ତ ଘଟିଲା

0
199

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୯) : ଗଜପତି ଜିଲ୍ଲା ର କାଶୀନଗର ପୌର ପରିଷଦ ତରଫରୁ ସ୍ଥାନୀୟ ଫରେଷ୍ଟ ଛକ ରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କୁ ନେଇ ବିବାଦ ଦେଖା ଦେଇଥିଲା । ଏବେ ଏହି ବିବାଦ ର ଅନ୍ତ ଘଟିଛି ।

ପ୍ରକାଶ ଥାଉ କି କାଶୀନଗର ସହର ର ଫରେଷ୍ଟ ଛକ ରେ ମାର୍କେଟ କମ୍ପ୍ଲେକ୍ସ କାମ କୁ ନେଇ ଉଠିଥିବା ବିବାଦ କୁ ନେଇ ଓଡ଼ିଶା ହାଇକୋର୍ଟ ରେ ଏକ ମାମଲା ରହିଥିଲା । ଅଭିଯୋଗକାରୀ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ବାହୀ ଅଧିକାରୀ ଙ୍କ ପାଖରେ ନିଜ ର ଅଭିଯୋଗ ଜଣାଇବେ ଓ ସଂପୃକ୍ତ ଅଧିକାରୀ ଏହି ଅଭିଯୋଗ ର ଶୁଣାଣି କରି ନିର୍ଣ୍ଣୟ ନେଇପାରିବେ । ସେଭଳି ଭାବେ ନିର୍ବାହୀ ଅଧିକାରୀ ତାଙ୍କ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବିସ୍ଥାପିତ ଦୋକାନୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ।