ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ NSS ଦିବସ ପାଳିତ

0
258

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୫/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା (NSS) ମହାବିଦ୍ୟାଳୟର ଅଧକ୍ଷ ଡା. ପୁର୍ନେନ୍ଧୁ ତ୍ରିପାଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ଦିବସରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ +୨ର ଅଧ୍ୟକ୍ଷ ମନୋଜ ପାଠୀ ଯୋଗ ଦେଇ ଏହି ସେବା ଯୋଜନାର ମହତ୍ୱ ଓ଼ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସେବା ମନୋଭାବ ବୃଦ୍ଧି ପାଇଁ ଦିଗଦର୍ଶନ ଦେଇଥିଲେ | ସମ୍ନାନିତ ଅତିଥିଭାବେ ଅଧ୍ୟାପକ ଲଳିତ କୁମାର ମେହେର, ଡ଼. ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପିକା ସୁଷମା ରାଣୀ ବହିଦାର, ଏବଂ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ସୁରେଶ୍ୱର ଯୋଶୀ ଯୋଗଦେଇଥିଲେ | ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରକୁ ସଫା କରିବା ସହିତ ବନ ମହୋତ୍ସବସମୟରେ ଲଗାଯାଇଥିବା ବୃକ୍ଷ ଗୁଡିକର ଯତ୍ନ ନେଇଥିଲେ |

ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଜନୀତି ବୌଦ୍ଧ ଅଧ୍ୟାପକ ତଥା ପୋଗ୍ରାମ ଅଫିସର ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିଲେ | ଆଗାମୀ ୨୯/୦୯ ତାରିଖ ଦୀନ ଜାତୀୟ ସେବା ଯୋଜନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉ ଥିବାର ସୂଚନା ମିଳୁଛି, ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |