ରାଜ୍ୟ ବାହାରକୁ ଟ୍ରେନ ରେ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୨୫ ବର୍ଷୀୟ ଯୁବକ ଗିରଫ

0
19
ରାଜ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୧/୦୪) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ରେଳ ଜଙ୍କସନ ରୁ ସାରା ଭାରତ କୁ ଗମନା,ଗମନ ସୁବିଧା ଥିବା ବେଳେ ଅନେକ ଗୁଡ଼ିଏ ଏକ୍ସପ୍ରେସ ଟ୍ରେନ ରେ ନିୟମିତ ବିଭିନ୍ନ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଗଞ୍ଜେଇ ଓ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଆସୁଛି ।

ସେହିପରି ଟିଟିଲାଗଡ ରେଳ ଷ୍ଟେସନ ରେ ଟିଟିଲାଗଡ ଆର ପି ଏଫ୍ ପୋଲିସ ତଥା ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ ଉତ୍ତର ପ୍ରଦେଶର ଉଦୋତପୁର ଗ୍ରାମ ର ରୋହିତ କୁମାର ନାମକ ଜଣେ ୨୫ ବର୍ଷୀୟ ଯୁବକ କୁ ଗଞ୍ଜେଇ ସହ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଟ୍ରେନ ଯୋଗେ ଉକ୍ତ ଯୁବକ ଛଅ କେଜି ଦୁଇ ଶହ ପଚାଶ ଗ୍ରାମ ଗଞ୍ଜେଇ ଚାଲାଣ କରିବା ବେଳେ ଗିରଫ କରାଯାଇ ଥିଲା । ଏ ନେଇ କେସ ନଂ ୧୧/୨୦୨୪, ଅନୁଯାୟୀ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଅଭିଯୁକ୍ତ କୁ ଟିଟିଲାଗଡ ଉପ କାରାଗାର କୁ ପଠା ଯାଇଥିବା ପ୍ରକାଶ ପାଇଛି ।

Leave a Reply