କୋଶଳ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସ୍ତରୀୟ ଟିକଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
56
କୋଶଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୦୪) : କୋଶଳ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସ୍ତରୀୟ ଟିକଟ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ରେ ଅନୁଷ୍ଠିତ ହୋଇଯାଇଛି ।

କୋଶଳ ମୁକ୍ତି ମୋର୍ଚ୍ଚା ଏକ ଲକ୍ଷ ଓ ଉଦ୍ଦେଶ୍ୟ ନେଇ ସାଧାରଣ ଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ବେଳେ ଚଳିତ ନିର୍ବାଚନ ରେ ସ୍ଵତନ୍ତ୍ର ସ୍ଥିତି ଜାହିର ସହ ଅବହେଳିତ ଅବସ୍ଥାରେ ଥିବା ଜନ ସମାଜ କୁ ନିଜ ର ହକ ହାସଲ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ ପାଇଥିଲା । ଏଥିରେ ବିଧାୟକ ଝାରସୁଗୁଡ଼ା ରୁ ବିକାଶ କୁମର କିଣ୍ଡା, ରେଙ୍ଗାଲି ରୁ ଲଙ୍କେଶ୍ଵର୍ ରାବଣ, ପାଟଣାଗଡ ରୁ ବଳରାମ ବଗର୍ତ୍ତୀ, ଟିଟିଲାଗଡ ରୁ ଲୋକନାଥ ଜାଲ, କଣ୍ଟାବଞ୍ଜୀ ରୁ ଦେବେନ୍ଦ୍ର ଜୈନ, ଲାଞ୍ଜିଗଡ ରୁ ଶିବଶଙ୍କର ଶବର, ଜୁନାଗଡ ରୁ ନିଲାଞ୍ଚଲ ସାହୁ, ଭବାନି ପାଟଣା ରୁ ତେଜ ଚନ୍ଦ୍ର ସେନାପତି, କଣ୍ଟାମାଳ ରୁ କରୁଣା କର ମେହେର, ନର୍ଲା ରୁ ଭଗବାନ ଦାସ, ପ୍ରାର୍ଥୀ ହୋଇ ଥିବାବେଳେ ବରଗଡ଼ ରୁ ସାଂସଦ ଭାବରେ ରାଜୁ ସାହୁ, କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ର ଭଗବାନ ଦାସ ପ୍ରାର୍ଥୀ ଚୟନ କରି ଟିକଟ ବଣ୍ଟନ କରାଯାଇଥିଲା ।

Leave a Reply