କବାଟରେ ଲାଗିଛି ମୃତଦେହ, ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର

0
23
କବାଟରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୨/୦୪) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁ’ରେ ବଧୂ ହତ୍ୟା ଅଭିଯୋଗ। ହତ୍ୟା କରି କବାଟରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁ’ର ମଞ୍ଜୁଲତା ପ୍ରଧାନ । ମଞ୍ଜୁଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିବା କହିଛନ୍ତି ପରିବାର ଲୋକେ । ଆଜି ତାଙ୍କର ମୃତ ଦେହ ଘର କବାଟରେ ଝୁଲୁଥିବାର ଦେଖିବାକୁ ମିଳିଛି । ତେବେ ମଞ୍ଜୁଲତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ମଞ୍ଜୁଲତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନ ଏବଂ ତାଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏପରିକି ଗତ ବର୍ଷେ ତଳେ ମଞ୍ଜୁଲତାଙ୍କ ପୁଅ ଆତ୍ମହତ୍ୟା କରିଥିଲେ।ଆଜି ସେ ନିଜେ ଟଳି ପଡିଛନ୍ତି। ଏ ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

Leave a Reply