ଅଟୋକୁ ପିଟିଲା ଟ୍ରକ; ୩ମୃତ

0
25
ଅଟୋକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୨/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ରାଇଘରରୁ ଛତିଶଗଡ ପଟକୁ ଯାଇଥିଲା ।

ଏହି ସମୟରେ ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ସେମାନଙ୍କ ଜଣେ ସମ୍ପର୍କୀୟ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିଲେ ଓ ଆଉକିଛି ଲୋକ ରାଇଘର କଳସୀ ଯାତ୍ରା ଦେଖିବାକୁ ଯାଉଥିଲେ । ଏହି ସମୟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଯୋଡ଼ିଙ୍ଗା ନିକଟରେ ଅଟକୁ ସାମନା ପଟୁ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଜଣେ ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ମୃତକ ମାନଙ୍କୁ ଯୋଡିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଛନ୍ତି ।