ଢେଙ୍କାନାଳ ରେ ପୁଣି ଝାଡ଼ାବାନ୍ତି ଆତଙ୍କ: ୨ ମୃତ

0
59
ଢେଙ୍କାନାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୯/୦୩) : ଢେଙ୍କାନାଳ ରେ ପୁଣି ଝାଡ଼ାବାନ୍ତି ଆତଙ୍କ । ଡାଇରିଆରେ ପୁଣି ୨ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମର ଚୂନ ଦେହୁରୀ ଓ ଚୁଙ୍ଗୁଲା ଦେହୁରୀ । ଏବେବି ୨୦ ରୁ ଉର୍ଦ୍ଧ୍ବ ଚିକିତ୍ସିତ ହେଉଛନ୍ତି । ୧୦ ଦିନ ପୂର୍ବରୁ ଖଡଗପ୍ରସାଦ ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।