ବାପା ମାଡ଼ରେ ବିବାହିତ ଝିଅ ଗୁରୁତର

0
19
ବାପା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୨/୦୪) : ବାପା ମାଡ଼ରେ ଜଣେ ବିବାହିତ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ ।

ଘଟଣାରୁ ପ୍ରକାଶ ଯେ, କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତ ଅଧୀନ ଜମାଲପୁର ଗ୍ରାମରେ ଗୋକୁଳ କୁମାର ସିହ୍ନାଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାଙ୍କ ପାଖରେ ବିବାହିତ ଝିଅ ଗାୟତ୍ରୀ ଜେନା ଓ ନାତୁଣୀ ରହୁଥିଲେ । ଆଜି ଗାୟତ୍ରୀଙ୍କୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡା କେନାଲ ପାଖରୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାର କରି ଘରକୁ ଖବର ଦେବାସହ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ଉଦ୍ଧାର କରିଥିବା ଯୁବକଙ୍କ କହିବା କଥା ଗାୟତ୍ରୀଙ୍କ ବାପା ବାଡେଇକି ଏଭଳି କରିଛନ୍ତି ବୋଲି ଝିଅ ଗାୟତ୍ରୀ କହିଛନ୍ତି। ସେପଟେ ମଧ୍ୟ ଝିଅ ମଧ୍ୟ ବାପାଙ୍କୁ କାମୁଡ଼ିଥିବା ତାଙ୍କ ବାପା କହିଛନ୍ତି । ତେବେ ମାଡ଼ ମାରିବା ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।

Leave a Reply