ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

0
14
ଗାଧୋଇବାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୩/୦୪) : ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜୋକପାଣି ଗ୍ରାମରେ ଅଘଟଣ। ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି ।

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ । ମୃତ ଯୁବକ ହେଲେ ଖମାର ଥାନା ଅନ୍ତର୍ଗତ ରୋହିରା ଗ୍ରାମର ଲିଙ୍ଗରାଜ ବେହେରା । ଜୋକପାଣି ଗ୍ରାମରେ ଥିବା ନିଜ ସମ୍ପର୍କୀୟ ଘରକୁ ଆସିଥିଲେ। ତେବେ ଆଜି ଗ୍ରାମର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଗ୍ରାମବାସୀ ପାଲଲହଡା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି ।

Leave a Reply